Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସାଂସଦ ଓ ବିଧାୟକଙ୍କଠାରୁ ରିପୋର୍ଟ କାର୍ଡ ନେବେ ମୋଦି

    Share on :
    ajab-Image
    Date: Nov 28, 2024    Views: 3066

    ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ବିମାନବନ୍ଦର କ୍ୟାମ୍ପସ୍‌  ପାଖରେ ଏକ ସଭା କରିବେ ମୋଦି । ସେଠାରୁ  ରାଜଭବନ ଯିବେ । ସନ୍ଧ୍ୟା ସାଢ଼େ ୬ଟାରେ  ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିବେ ।  ଦଳୀୟ ଅଫିସରେ ସାଂସଦ ଓ ବିଧାୟକଙ୍କଠାରୁ  ରିପୋର୍ଟ କାର୍ଡ ନେବେ ମୋଦି । ଗତ ୫ ମାସରେ ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି, ତାହା ସେ  ପଚାରି ବୁଝିବେ । 

    ମୋଦି ବିଜେପି କାର୍ୟ୍ୟାଳୟରେ ପହଞ୍ଚିବା  ପରେ ତାଙ୍କୁ ପାରମ୍ପରିକ ନାଚ ଓ ଗୀତରେ  ସ୍ୱାଗତ କରାଯିବ । କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ  ସହ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ  କରିବେ । ଏହାପରେ ସେ ସାଂସଦ, ବିଧାୟକଙ୍କ  ସହ ଆଲୋଚନା କରିବେ । ରାଜ୍ୟରେ ନୂଆ ସରକାର ଗଢ଼ା ହେବା ପରେ ବିଧାୟକ ନିଜ  ନିର୍ବାଚନମଣ୍ଡଳୀ ପାଇଁ କେଉଁ କେଉଁ କାମକୁ  ପ୍ରାଥମିକତା ଦେଇଛନ୍ତି? ବିଧାୟକ ଭାବେ  ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି? ସମସ୍ତେ  ମୋଦିଙ୍କୁ ନିଜ ରିପୋର୍ଟ କାର୍ଡ ଦେବେ । ଅନୁରୂପ  ଭାବେ ସାଂସଦମାନେ ବି ସେମାନଙ୍କ ରିପୋର୍ଟ  କାର୍ଡ ଧରାଇବେ । ଏହାପରେ ସରକାର  କିଭଳି ଆହୁରି ଅଧିକ ଲୋକପ୍ରିୟ ହେବ ଓ  ଦଳୀୟ ସଂଗଠନ କେମିତି ସୁଦୃଢ଼ ହେବ, ତା  ଉପରେ ସାଂସଦ ଓ ବିଧାୟକଙ୍କୁ ମନ୍ତ୍ର ଦେବେ  ପ୍ରଧାନମନ୍ତ୍ରୀ । ଏହାପରେ ଦଳୀୟ ପଦାଧିକାରୀଙ୍କ  ସହ ମଧ୍ୟ ବୈଠକ କରିବେ । ବୈଠକ ପରେ  ଉପସ୍ଥିତ ନେତାଙ୍କ ସହ ମିଶି ରାତ୍ରିଭୋଜନ  କରିବେ ମୋଦି ।  

    Maximum 500 characters

    ରାଜନୀତି View all

    Find Us on Facebook