ମୁଖ୍ୟ ଖବର
ଲକ୍ଷ୍ନୌ: ଦଳ ବିରୋଧୀ କାର୍ୟ୍ୟକଳାପ ଅଭିଯୋଗରେ ୩ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ସମାଜବାଦୀ ପାର୍ଟି। ଗୋସାଇଗଞ୍ଜରୁ ଅଭୟ ସିଂହ, ଗୌରୀଗଞ୍ଜରୁ ରାକେଶ ପ୍ରତାପ ସିଂହ ଏବଂ ଉଞ୍ଚାହାରରୁ ମନୋଜ କୁମାର ପାଣ୍ଡେ ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳ ଏହି ବିଧାୟକମାନଙ୍କୁ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହିତ କରିବା ସହିତ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ ଏବଂ ବ୍ୟବସାୟ ବିରୋଧୀ ନୀତିକୁ ସମର୍ଥନ କରିବାର ଅଭିଯୋଗ କରିଛି।
ସମାଜବାଦୀ ପାର୍ଟି ଅଫିସିଆଲ ପେଜ୍ରୁ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ଲେଖାଯାଇଛି, "ସାମ୍ପ୍ରଦାୟିକ ବିଭାଜନକାରୀ ନକରାତ୍ମକତା ଏବଂ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ, ବ୍ୟବସାୟ ବିରୋଧୀ, କର୍ମଚାରୀ ବିରୋଧୀ ଏବଂ ପିଡିଏ ବିରୋଧୀ ଚିନ୍ତାଧାରାକୁ ସମର୍ଥନ କରୁଥିଲେ। ଏହା ସମାଜବାଦୀ ସମନ୍ୱିତ ସକାରାତ୍ମକ ଚିନ୍ତାଧାରାର ବିପରୀତ। ସମାଜବାଦୀ ପାର୍ଟି ଜନସ୍ୱାର୍ଥରେ ଏହି ବିଧାୟକମାନଙ୍କୁ ଦଳରୁ ବହିଷ୍କାର କରୁଛି।
Comments ସମସ୍ତ ମତାମତ