Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡି ନେତା ଭ୍ରମିତ କରୁଛନ୍ତି: ମନ୍ତ୍ରୀ

    Share on :
    ajab-Image
    Date: Nov 4, 2024    Views: 3501

    ଭୁବନେଶ୍ୱର: ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମିତ୍ତଲ ଓଡ଼ିଶାରୁ ଯିବା ନେଇ କୌଣସି ସମ୍ଭାବନା ନାହିଁ । ଏଠାରେ ଏମଓୟୁ ପରେ ଗୁଜୁରାଟରେ ପ୍ଲାଣ୍ଟ କଲେ, ପୂର୍ବ ବିଜେଡି ସରକାର କିଛି କହିଲେନି ତ । ମିତ୍ତଲ ବଡ଼ କମ୍ପାନୀ । ବିଭିନ୍ନ ସ୍ଥାନରେ ସେମାନେ ଷ୍ଟିଲ ପ୍ଲାଣ୍ଟ କରୁଛନ୍ତି । ତାଙ୍କ ସହ ଦୁଇ ଥର ସମୀକ୍ଷା ସରିଲାଣି । ତାଙ୍କର ୨୦୦ ଲୋକ ଏଠାରେ କାମ କରୁଛନ୍ତି । ପୂର୍ବ ସରକାର ବେଳେ ଶିଥିଳ ଥିଲା, ଆମ ସରକାର ଆସିବା ପରେ ତ୍ୱରାନ୍ୱିତ ହେଉଛି । ବିଜେଡି  ନେତା ମନଗଢ଼ା କାହାଣୀ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

    ପ୍ରକାଶ ଯେ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ ଆର୍ସେଲର ମିତ୍ତଲ-ନିପନ ଓହରିନି । ଏନେଇ ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ ପ୍ରକଳ୍ପରୁ କମ୍ପାନୀ ଓହରିନଥିବା ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଷ୍ଟିଲ ପ୍ଲାଣ୍ଟ ଏବେ ବିଭିନ୍ନ ସରକାୀ ଅନୁମୋଦନ ପ୍ରକ୍ରିୟାରେ ରହିଛି । ଏହାଛଡ଼ା କମ୍ପାନୀ ପାରାଦୀପରେ ୭ ନିୟୁତ ଟନ କ୍ଷମତାର ପ୍ଲାଣ୍ଟ କରୁଛି । ଏହି ପ୍ରକଳ୍ପର କାମ ଚାଲୁ ରହିଛି ବୋଲି ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

    ତେବେ ରାଜ୍ୟ ସରକାରଙ୍କ ଉପରେ ନିବେଶକଙ୍କ ଭରସା ପାଉନି ବୋଲି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପାଇଁ ଉଦ୍ୟମ କରିଥିଲେ ।  ଏବେ ଏହା ଆନ୍ଧ୍ରପ୍ରଦେଶକୁ ଚାଲିଯାଉଛି । ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟ । ନିପନ ଓଡ଼ିଶାରେ ୧.୪ ଲକ୍ଷ କୋଟି ନିବେଶ କରିଥାନ୍ତେ । ଏହା ଦ୍ୱାରା ଓଡ଼ିଶା ଶିଳ୍ପ ସମୃଦ୍ଧ ହୋଇଥାଆନ୍ତା । ତେବେ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ନିବେଶକମାନେ ଆଉ ଏହି ସରକାର ଉପରେ ଭରସା କରିପାରୁନାହାନ୍ତି ବୋଲି ପ୍ରତାପ ଜେନା କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook