Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

    Share on :
    ajab-Image
    Date: Oct 4, 2024    Views: 4732

    ସମ୍ବଲପୁର: ଆହାର କେନ୍ଦ୍ରରେ ଆହାର ଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗୁରୁବାର ସମ୍ବଲପୁରର ସରକାରୀ ମହିଳା ମହାବିଦ୍ୟାଳୟରେ ଥିବା ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ରରେ ହଠାତ ପହଞ୍ଚିଥିଲେ ମନ୍ତ୍ରୀ । ଅପରାହ୍ନ ପ୍ରାୟ ୧ ଟା ସମୟରେ ପହଞ୍ଚିବା ପରେ ଜଣେ ସାଧାରଣ ନାଗରିକ ଭଳି ଏକ ଟୋକନ କାଟି ଧାଡିରେ ଛିଡା ହେବା ପରେ ଆହାର କେନ୍ଦ୍ରରେ ଭାତ ଡାଲମା ଓ ଆଚାର ଖାଇଥିଲେ ।
    ଖାଦ୍ୟର ମାନ ଭଲ ଓ ସ୍ୱାଦିଷ୍ଟ ଥିବା କହିଛନ୍ତି ମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ କହିଛନ୍ତି, " ଆହାର କେନ୍ଦ୍ରରେ କେଉଁ ଧରଣର ଖାଦ୍ୟ ପରିବେଷଣ ହେଉଛି, କେମିତି ଲୋକମାନେ ଖାଉଛନ୍ତି ତାହା ନିଜେ ଥରେ ଚାଖିବାର ଇଚ୍ଛା ଥିଲା । ଆଜି ମହିଳା ମହାବିଦ୍ୟାଳୟରେ କାମ ସରିଲା ପରେ ଏ ଜେଲ ଛକ ସ୍ଥିତ ଆହାର କେନ୍ଦ୍ରକୁ ଆସିଥିଲି । ଏଠାରେ କୁପନ କାଟିଲି । ଆମେମାନେ ସବୁ ଭୋଜନ କଲୁ, ସିକ୍ୟୁରିଟିମାନେ ବି ସବୁ ଭୋଜନ କଲେ । ଭାତ, ଡାଲମା ଓ ଆଚାର ଦେଇଛନ୍ତି । ସେଥିରେ ମୋତେ ତ ଭଲ ଲାଗିଲା । କିନ୍ତୁ ଦୁଇ, ତିନିଟା ବିଷୟ ଲୋକଙ୍କ କମ୍ପ୍ଲେନ ମଧ୍ୟ ଲୋକଙ୍କଠାରୁ ପାଇଲି । ପ୍ରଥମ କମ୍ପ୍ଲେନ ହେଲା ଯେ ମୋ ପୂର୍ବରୁ ଯେଉଁମାନେ ଆସିଥିଲେ ସେମାନଙ୍କୁ ଟୋକନ ମିଳିନଥିଲା ।"ଏହି ସମସ୍ୟା ନେଇ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook