Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅହମଦାବାଦରେ ମୁମ୍ବାଇର ଦ୍ବିତୀୟ ବିଜୟ

    Share on :
    ajab-Image
    Date: Apr 21, 2026    Views: 2960

    ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶକ୍ତିଶାଳୀ ପ୍ରଦର୍ଶନ କରିଛି। ଗୁଜରାଟକୁ ତାର ମାଟିରେ ୯୯ ରନ୍‌ରେ ପରାସ୍ତ କରିଛି। ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ୧୫.୫ ଓଭରରେ ସମସ୍ତ ୱିକଟେ୍‌ ହରାଇ ୧୦୦ ରନ୍‌ ସଂଗ୍ରହ କରିପାରିଛି। ମୁମ୍ବାଇ ଲଗାତାର ଚତୁର୍ଥ ପରାଜୟ ପରେ ଆଜି ବିଜୟ ହାସଲ କରିଛି। ଆଇପିଏଲ୍‌ର ଚଳିତ ସଂସ୍କରଣରେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍‌ରେ କୋଲକାତା ବିପକ୍ଷରେ ୬ୱିକେଟ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ପରବର୍ତ୍ତୀ ୪ଟି ମ୍ୟାଚରେ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଏବଂ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା।

    ଗୁଜରାଟ ପାଇଁ ୱାସିଂଟନ ସୁନ୍ଦର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୭ଟି ବଲ୍‌ର ସାମ୍ନା କରି ୫ଟି ଚୌକା ସହିତ ୨୬ ରନ୍‌ ସଂଗ୍ରହ କରିଥିଲେ। ଶାହରୁଖ ଖାନ ୧୭ ରନ୍‌, ଅଧିନାୟକ ଶୁବମନ ଗିଲ ୧୪ ରନ୍‌ ଏବଂ କାଗିସୋ ରାବଡ଼ା ୧୨ ରନ୍‌ କରିଥିଲେ। ଅନ୍ୟ ‌ବ୍ୟାଟରଙ୍କ ପ୍ରଦର୍ଶନ ‌ନୈରାଶ୍ୟଜନକ ଥିଲା। ଅନ୍ୟପକ୍ଷରେ ମୁମ୍ବାଇ ପକ୍ଷରୁ ଅଶ୍ବନୀ କୁମାର ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଗଜନଫର ଏବଂ ମିଚେଲ ସାଣ୍ଟନରଙ୍କୁ ୨-୨ ୱିକେଟ୍‌ ମିଳିଥିଲା। ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। 

     

    Maximum 500 characters

    ଖେଳ ଖବର View all

    Find Us on Facebook