Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ସାମ୍ନାସାମ୍ନି ହେବେ ମୁମ୍ବାଇ- ଗୁଜରାଟ

    Share on :
    ajab-Image
    Date: Apr 20, 2026    Views: 2765

    ଅହମ୍ମଦାବାଦ: ଆଇପିଏଲ୍‌ର ୩୦ତମ ଲିଗ୍ ମ୍ୟାଚ୍‌ରେ ଆଜି ଘରୋଇ ଗୁଜରାଟ ଓ ୫ଥର ଚାମ୍ପିଅନ୍ ମୁମ୍ବାଇ ସାମ୍ନାସାମ୍ନି ହେବେ । କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତିଥିବା ଗୁଜରାଟ ଆଉ ଏକ ଚମକପ୍ରଦ ବିଜୟ ସହ ୨ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ମୁମ୍ବାଇ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

    ଗୁଜରାଟ ସିଜନର ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହେବା ପରେ ପରବର୍ତ୍ତୀ ୩ଟି ମ୍ୟାଚ୍ (ଦିଲ୍ଲୀ, ଲକ୍ଷ୍ନୌ, କୋଲକାତା) ଜିତି ମୋଟ ୬ପଏଣ୍ଟ ସହ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ କୋଲକାତାକୁ ହରାଇଥିଲା । ମାତ୍ର ପରବର୍ତ୍ତୀ ୪ଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଛି । ଦଳ ସବା ଶେଷରେ (ଦଶମ) ରହିଛି ।

    ଭେଟେରାନ ଓପନର ରୋହିତ ଶର୍ମା ଓ ସ୍ପିନର ମିଚେଲ ସାଣ୍ଟନର ଫିଟ୍ ହୋଇଛନ୍ତି । ଯାହାକି ମୁମ୍ବାଇକୁ ଆଶ୍ୱସ୍ତ କରିଛି । ରୋହିତଙ୍କ ସ୍ଥାନରେ ପୂର୍ବ ମ୍ୟାଚ୍ ଖେଳିଥିବା କ୍ୱିଣ୍ଟନ ଡି କକ୍ ଶତକ ଅର୍ଜନ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଆଜ ରାନ୍ ରିକେଲଟନ୍ ଏକାଦଶରୁ ବାଦ୍ ପଡ଼ିବା ନିଶ୍ଚିତ । ମଧ୍ୟକ୍ରମ ବ୍ୟାଟର ଓ ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କ ଫର୍ମ ଦଳ ପରାଜୟର ମୁଖ୍ୟ କାରଣ ସାଜିଛି । ଗୁଜରାଟକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

    ଗୁଜରାଟ ଦଳ ଶୁଭମନ ଗିଲ୍, ବି ସାଇ ସୁଦର୍ଶନ ଏବଂ ଜୋସ୍ ବଟଲରଙ୍କ ଉପରେ ନିର୍ଭରଶୀଳ । ଅନ୍ୟ ସମସ୍ତ ବ୍ୟାଟର ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗରେ କାଗିସୋ ରାବାଡ଼ା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରୁଥିବାବେଳେ ରସିଦ ଖାନ ଆବଶ୍ୟକ ସ୍ଥଳେ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଛନ୍ତି । ଆସନ୍ତାକାଲି ଗୁଜରାଟ ବୋଲର ଓ ମୁମ୍ବାଇ ବ୍ୟାଟରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।

    ନରେନ୍ଦ୍ର ମୋଦି ଷ୍ଟାଡିୟମର ୫ନଂ ପିଚ୍‌ରେ ଆଜି ମ୍ୟାଚ୍ ଖେଳାଯିବ । ଏହି ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ମାତ୍ର ତାପମାତ୍ର ୪୦ ଡିଗ୍ରୀରୁ ଉଦ୍ଧ୍ୱର୍ ରହୁଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

     

    Maximum 500 characters

    ଖେଳ ଖବର View all

    Find Us on Facebook