Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    Share on :
    ajab-Image
    Date: Apr 19, 2026    Views: 3437

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ ।
    ଏଥିପାଇଁ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ମେଡିକାଲ କଲେଜର କାମ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଆବଶ୍ୟକ ଜମି ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

    ଏହାସହ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତା'ର ଖର୍ଚ୍ଚ ଆକଳନ କରିବାକୁ କୁହାଯାଇଛି। ଜମି ଏବଂ ଖର୍ଚ୍ଚ ଆକଳନ ରିପୋର୍ଟ ମିଳିଲେ ଏହାକୁ ପ୍ରଶାସନିକ ଅନୁମୋଦନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook