Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୱେବସାଇଟରେ ମାଟ୍ରିକ ଆଡମିଟ କାର୍ଡ

    Share on :
    ajab-Image
    Date: Feb 7, 2020    Views: 21902

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରେ ହେବାକୁ ଥିବା ମାଟ୍ରିକ୍ ଓ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଛଡ଼ାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂପୃକ୍ତ ସ୍କୁଲ କୋର୍ଡରେ ଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପତ୍ର ବିନିମୟ ପରୀକ୍ଷାର୍ଥୀମାନେ ସେମାନଙ୍କ ଏନରୋଲମେଣ୍ଟ ନମ୍ବର ବା ନାମ ଓ ବାପାଙ୍କ ନାମ ଲଗ୍ ଇନ୍ କରି ସେମାନଙ୍କ ଆଡମିଟ କାର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୪୭ହଜାର ୭୪୭ଜଣ ପରୀକ୍ଷାର୍ଥୀ ରାଜ୍ୟ ୨୭୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ଥିବାବେଳେ ଓପନ୍ ସ୍କୁଲରେ ୯ହଜାର ୭୭୧ ପରୀକ୍ଷାର୍ଥୀ ୭୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook