Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ

    Share on :
    ajab-Image
    Date: Jul 1, 2025    Views: 3823

    ଛତ୍ରପୁର: ଛତୁ ଖାଇ ଅସୁସ୍ଥ । ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଛନ୍ତି । ଗଞ୍ଜାମ ବ୍ଲକ୍ ସାତୁଳି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅସୁସ୍ଥ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ବ୍ଲକ୍ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇଥିଲେ । ଛତୁ ଖାଇବା ପରେ ପରିବାରର ୮ ଜଣ ଅସୁସ୍ଥ ହୋଇଥିଲେ । ଅସୁସ୍ଥ ୮ ଜଣକୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥ ମାନେ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ ଓ ସୁକୁରୁ ସାହୁ । 
    ସୋମବାର ସେମାନେ ବିଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ । ପରେ ସମସ୍ତେ ଅସୁସ୍ଥ ହେବା ସହ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook