Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ତେଲଙ୍ଗାନାରେ ୪୧ ନକ୍ସଲଙ୍କ ଆତ୍ମସମର୍ପଣ

    Share on :
    ajab-Image
    Date: Dec 20, 2025    Views: 2424

    ହାଇଦ୍ରାବାଦ: ତେଲଙ୍ଗାନାରେ ମାଓ ସଙ୍ଗଠନକୁ ଝଟ୍‌କା ଲାଗିଛି । ସିପିଆଇ(ମାଓବାଦୀ) ସଂଗଠନର ୪୧ ଜଣ ନକ୍ସଲ ଶୁକ୍ରବାର ହାଇଦ୍ରାବାଦ ପୁଲିସ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ବରିଷ୍ଠ କ୍ୟାଡର ନକ୍ସଲ(କମ୍ପାନି ପ୍ଲାଟୁନ୍ ଏବଂ ଡିଭିଜନାଲ୍ କମିଟି ସ୍ତରର) ରହିଛନ୍ତି ।

    ଡିଜିପି ବି. ଶିବଧର ରେଡ୍ଡୀ କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଛତିଶଗଡ଼ର ୩୯ଜଣ ସାମିଲ । ଏମାନେ ହିଂସା ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ଏଥିସହ ୨୪ଟି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି । ସେଥିମଧ୍ୟରେ ଇନ୍ସାସ ଏଲ୍ଏମଜି, ଏକେ-୪୭, ଏସ୍ଏଲଆର୍ ଏବଂ ୭୩୩ କାର୍ତୁସ୍ ରହିଛି । ଏହି ନକ୍ସଲମାନେ ନିଜର ବରିଷ୍ଠ ନେତୃତ୍ୱଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଆତ୍ମସମର୍ପଣ କରିଥିବା ୪୧ ଜଣ ନକ୍ସଲଙ୍କ ଉପରେ ମୋଟ ୧.୪୬ କୋଟି ଟଙ୍କାର ପୁରସ୍କାର ଥିଲା।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook