ମୁଖ୍ୟ ଖବର
ବଲାଙ୍ଗିର: ବଲାଙ୍ଗିର ପୋଲିସକୁ ସଫଳତା । ପାହାଡ଼ରେ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ପାହାଡ଼ ଓ ତୁରେକେଲା ଛତ୍ରଦାଣ୍ଡି ପାହାଡ଼ରେ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ ନେଇ ସୂଚନା ମିଳିଛି ।
ଏହି ଦୁଇ ସ୍ଥାନରେ ମାଓବାଦୀଙ୍କ ଗତିବିଧି ନେଇ ବଲାଙ୍ଗୀର ପୋଲିସ ଖବର ପାଇଥିଲା । ଏନେଇ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ତେବେ ମାଓ କ୍ୟାମ୍ପ୍ ଠାରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ମିଳିଛି ।
Comments ସମସ୍ତ ମତାମତ