ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡିରୁ ଶ୍ରୀମୟୀ ମିଶ୍ର ମଙ୍ଗଳବାର ନିଲମ୍ବିତ ହେବା ପରେ ବୁଧବାର ବିଜେଡି ନେତା ମନ୍ମଥ ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି । କେବଳ ପ୍ରତିକ୍ରିୟା ରଖିନାହାନ୍ତି ଶ୍ରୀମୟୀଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ ବୋଲି ମନ୍ମଥ ଆହ୍ୱାନ ଜଣାଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବିଭୀଷଣ ହୋଇଥିଲେ । ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି । ଦଳ ତାଙ୍କୁ ସସପେଣ୍ଡ କରି ଯଥାର୍ଥ ନିଷ୍ପତ୍ତି ନେଇଛି ।ସେ ଭିକ୍ଟିମ ଓ ମହିଳା କାର୍ଡ ଖେଳିଥିଲେ । ବାରମ୍ବାର ନବୀନ ବାବୁଙ୍କ ସାଙ୍ଗରେ ଲାଗିବାକୁ ଡର ନାହିଁ । ନବୀନ ବାବୁଙ୍କ ସମୟରେ ସବୁ ସୁବିଧାର ଲାଭ ପାଇଛନ୍ତି । ଉଚିତ ଦଣ୍ଡ ମିଳିଛି । ମୁଁ ଆଶା କରୁଛି ଆଗକୁ ସେ କିଛି ଶିଖିବେ ବୋଲି ମନ୍ମଥ ରାଉତରାୟ କହିଛନ୍ତି ।
ପ୍ରକାଶ ଯେ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ। ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ସୋଶାଲ ମିଡିଆ ଟିପ୍ପଣୀକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ। ସେ ‘ଧୃତରାଷ୍ଟ୍ର’, ଦୁର୍ୟୋଧନ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି କହି ପରୋକ୍ଷରେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ବା ଦଳ ନା ନେଇନଥିଲେ ମଧ୍ୟ ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଯାଇଥିଲା।
Comments ସମସ୍ତ ମତାମତ