ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ମନ୍ମଥ ରାଉତରାୟଙ୍କୁ ଦଳ କାରଣଦର୍ଶାଅ ନୋଟିସ ଜାରି କରିଥିଲା । କିନ୍ତୁ ମନ୍ମଥ ଏହାର ଉତର ରଖିନାହାନ୍ତି । ଯେଉଁଥିପାଇଁ ପିସିସି ଏହାକୁ ଗୁରୁତର ସହ ଗ୍ରହଣ କରିଛି ।ଆଜି ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି ।
ସୂଚନାଯୋଗ୍ୟଯେ, ନିକଟରେ ମନ୍ମଥ ଗଣମାଧ୍ୟମକୁ କହିଥିଲେଯେ, ସେ କଂଗ୍ରେସ ଟିକେଟରେ ଜଟଣୀରୁ ଲଢ଼ିବେ ନାହିଁ । ଅକ୍ଟୋବରରେ ସେ ନୂଆ ଦଳରେ ଯୋଗଦେବେ । କଂଗ୍ରେସରେ ଜିତିହେବ ନାହିଁ ବୋଲି ସେ ସର୍ଭ?ରୁ ଜାଣି ପାରିଛନ୍ତି । ଏନେଇ ବାପାଙ୍କ ସହ ଆଲୋଚନା କରିଥିଲେ ବୋଲି କହିଥିଲେ । ଯାହାକୁ ନେଇ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ସୁର କହିଥିଲେଯେ, ସେ କଂଗ୍ରେସରୁ ହିଁ ଲଢ଼ିବେ । ପିଲାଳିଆମୀ ପାଇଁ ଏଭଳି କହିଛନ୍ତି । ତାଙ୍କୁ ଦଳ ସସପେଣ୍ଡ କରୁ ବୋଲି ବି ସେ ପ୍ରକାଶ କରିଥିଲେ ।
Comments ସମସ୍ତ ମତାମତ