Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚୁଟି ଉପୁଡୁଛି କି ଆପଣଂକର? ମନ୍ଦାର ଫୁଲ କରିବ ସବୁ ସମସ୍ୟାର ସମାଧାନ

    Share on :
    ajab-Image
    Date: Mar 12, 2023    Views: 2630

    ଆମ ଆଖପାଖରେ ଏପରି ଅନେକ ଫୁଲ ରହିଛି ଯାହାକୁ ଆମେ ସୈାନ୍ଦର୍ୟ୍ୟ ପାଇଁ ଆମେ ଲଗାଇଥାଉ। କିନ୍ତୁ ଏପରି କେତେକ ଫୁଲ ରହିଛି ଯାହା ସହଜରେ ମିଳିଯାଇଥାଏ ଏବଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ। ଏଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ । ମନ୍ଦାର ଫୁଲ ଠାକୁରାଣୀଙ୍କର ଅତି ପ୍ରିୟ । ସେହିଭଳି ବଜରଂଗବଲି ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଦେଇ ପୂଜା କରାଯାଇଥାଏ । ସେଥିପାଇଁ ଘରେଘରେ ମନ୍ଦାର ଫୁଲଗଛ ମଧ୍ୟ ଦେଖିବାକୁ ମିଳିଥାଏ ।

    ମନ୍ଦାର ଗଛ ଏବଂ ଏହାର ଡେମ୍ଫରେ ଲାଗିଥିବା ଲାଲ ରଙ୍ଗର ଫୁଲ ସବୁ ଘରର ଶୋଭା ବଢ଼ାଇଥାଏ କିନ୍ତୁ ଏହି ଗଛର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି। ଏହାର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ। ଏହାର ଫୁଲ ଏବଂ ପତ୍ର  ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ ।  ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ,ଲୈାହ,ଖଣିଜ ଗୁଣ ସମସ୍ତ ରେଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ। ଏହି ଫୁଲର ଚା ଏବଂ ସର୍ବତ ମଧ୍ୟ ଆପଣ ପିଇ ପାରିବେ। ମନ୍ଦାର ଫୁଲ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ।

    ଆର୍ୟୁବେଦିକ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ବଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ବାରା ଚର୍ମ କୁଞ୍ଚନ ହୋଇନଥାଏ। ଏହା ତ୍ବଚାର ଚମକକୁ ପୁଣିଥରେ ଆଣିବାକୁ ଚେଷ୍ଟା କରିଥାଏ। ଶରୀରର ଘା କୁ ଭଲ କରିବା ପାଇଁ ଏହା ଲାଭଦାୟକ ହୋଇଥାଏ।

    ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟଗୁଣ  ପ୍ରଚୁର ପରିମାଣରେ ରହିଥାଏ। ଏହା ଚୁଟି ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ ବାଳରେ ଲଗାଇବାଦ୍ବାରା ବାଳ ଘନ ଏବଂ ମୁଲାୟମ ହୋଇଥାଏ। ଏହା ବାଳକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ।

    ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ବାରା ପାଟିରେ ହୋଇଥିବା ଘା ମଧ୍ୟ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। ମନ୍ଦାର ଫୁଲର ସର୍ବତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ବାରା ଶରୀର ଥଣ୍ଡା ହୋଇଥାଏ ଏବଂ ଜ୍ବର,ପ୍ରଦର,ନାକରୁ ରକ୍ତ ବୋହିବା,ମୁଣ୍ଡବ୍ୟଥା,ଯାଦୁ ଆଦି ରୋଗକୁ ନାଶ କରିଥାଏ।

    ଏହା ଦ୍ବାରା କୋଲେଷ୍ଟ୍ରୋଲ,ମଧୁମେହ,ଉଚ୍ଚ ରକ୍ତଚାପ,ଗଳା ସଂକ୍ରମଣ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ମନ୍ଦାର ଫୁଲକୁ ବାଟି ବାଳରେ ଲଗାଇବା ଦ୍ବାରା ବାଳର ରଙ୍ଗ ସୁନ୍ଦର ହୋଇଥାଏ। ଏହାର ଚା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମନ୍ଦାର ଫୁଲର ଚା ଥଣ୍ଡା,ଜ୍ବର ଉପଶମ କରିବାରେ ଲାଭଦାୟକ ହୋଇଥାଏ। ଏହି ଆର୍ୟୁବେଦ ଚା ପିଇବା ଦ୍ବାରା ଉଚ୍ଚ ରକ୍ତଚାପକୁ କମ୍ କରାଯାଇପାରିବ ଏବଂ ବଢ଼ିଥିବା କୋଲେଷ୍ଟ୍ରୋଲକୁ ମଧ୍ୟ କମ୍ କରାଯାଇପାରିବ। ମନ୍ଦାର ଫୁଲକୁ ପାଣିରେ ଫୁଟାଇ ବାଳରେ ଲଗାଯାଇଥାଏ ଯାହା ଦ୍ବାରା ଚୁଟି ଉପୁଡ଼ିବା ସମସ୍ୟା କମିଥାଏ। ଏହା ଏକ ଆର୍ୟୁବେଦୀୟ ଉପଚାର। ମନ୍ଦାର ଫୁଲକୁ ଶୁଖାଇ ସେଥିରୁ ପ୍ରସ୍ତୁତ ହୋଇଥିବା ପାଉଡର ପିତ୍ତକୋଷଜନିତ ସମସ୍ୟରୁ ଉପଶମ ଦେଇଥାଏ । ଯଦି ମୁହଁରେ ବ୍ରଣ ହୋଇଥାଏ ତେବେ ନାଲି ମନ୍ଦାର ଫୁଲର ପତ୍ରକୁ ପାଣିରେ ଫୁଟାଇ ଏହାକୁ ବାଟି ଏଥିରେ ମହୁ ମିଶାଇ ଲଗାଇବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

    ପ୍ରତି ଘରେ ମନ୍ଦାର ଗଛ ଲଗାଇବା ଉଚିତ୍। ଏହାକୁ ପ୍ରୟୋଗ କରିବା ପୂର୍ବରୁ ଆର୍ୟୁବେଦୀୟ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ କାରଣ କେଉଁ ରୋଗ ପାଇଁ କିଭଳି ଉପଚାର ଆବଶ୍ୟକ ସେ ସମ୍ବନ୍ଧରେ ଉଚିତ ପରାମର୍ଶ ମିଳିପାରିବ।

    Maximum 500 characters

    ବିଶେଷ View all

    Find Us on Facebook