Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶୀତଦିନିଆ ମେକଅପ୍‌

    Share on :
    ajab-Image
    Date: Jan 8, 2026    Views: 2869

     ଶୀତଦିନ ଆସିଲେ ବିବାହ, ଉତ୍ସବ ଆଦି ବହୁତ ହୋଇଥାଏ । ତେଣୁ ମେକଅପ ନେବା ଜରୁରୀ ହୋଇପଡେ଼ । କିନ୍ତୁ ମେକଅପ କରିବା ପରେ ମଧ୍ୟ ଚେହେରା ଉଜ୍ଜ୍ୱଳ ଦେଖାଯିବା ବଦଳରେ ନିଷ୍ପ୍ରଭ ଦେଖାଗଲେ ମନ ଉଣା କରିବା ସ୍ୱାଭାବିକ । ଶୀତଦିନେ ତ୍ୱଚା ଶୁଷ୍କ ଥିବାରୁ ମେକଅପ ବ୍ୟବହାର ପରେ ଆହୁରି ଖରାପ ଲାଗିଥାଏ ଚେହେରା । ତେଣୁ ଆସନ୍ତୁ ଜାଣିବା ଶୀତଦିନରେ କିପରି ବ୍ୟବହାର କରିବା ମେକଅପ । 

    ମେକଅପ ପୂର୍ବରୁ ମଏଶ୍ଚରାଇଜ
    ଶୀତଦିନରେ ତ୍ୱଚାକୁ ମଏଶ୍ଚରାଇଜର କରିବା ଜରୁରୀ । ଥଣ୍ଡା ପବନ ଯୋଗୁ ତ୍ୱଚା ଶୁଖିଲା ଲାଗିଥାଏ । ଏମିତିରେ ଯଦି ଅଧିକ କେମିକାଲ ଥିବା ମେକଅପ ବ୍ୟବହାର କରିବା ତାହେଲେ ଚେହେରା ଆହୁରି ଖରାପ ଦେଖାଯିବ । ତେଣୁ ଶୀତଦିନରେ ମେକଅପ ବ୍ୟବହାର କରୁଥିଲେ ଭଲ କ୍ୱାଲିଟିର ମେକଅପ ବ୍ୟବହାର କରିବା ଉଚିତ । ଯାହାକି ସୁସ୍ଥ ତ୍ୱଚା ପାଇଁ ତିଆରି ହୋଇଥିବ । ଏହା ସହିତ ମେକଅପ କରିବା ପୂର୍ବରୁ ଚେହେରାକୁ ସଫା କରି ହାଲୁକା ମଏଶ୍ଚରାଇଜର ବ୍ୟବହାର କରିବାକୁ ହେଇଥାଏ । ଏହା ପରେ ଫାଉଣ୍ଡେସନ ଲଗାଇପାରିବେ । 

    ଫାଉଣ୍ଡେସନରେ ମିଶାନ୍ତୁ ଫେସ୍‌ ଅଏଲ୍‌ 
    ବେଳେବେଳେ ଗାଢ଼ ମେକଅପ୍‌ ଚେହେରାକୁ ଆହୁରି ଅସୁନ୍ଦର କରିଦିଏ । କାରଣ ଏହା ତ୍ୱଚା ସହିତ ମିଶି ନ ପାରିଲେ ଚେହେରାେ ମେକଅପ ପ୍ୟାଚ ନଜର ଆସିଥାଏ । ତେଣୁ ଯେବେ ବି ହେଭି ମେକଅପ କରିବାକୁ ମନ ଥିବ, ଫାଉଣ୍ଡେସନ ବ୍ୟବହାର କରିବା ସମୟରେ ଦୁଇ ବୁନ୍ଦା ଫେସ ତେଲ ମିଶାଇ ଦେବେ । ଫଳରେ ଚେହେରାରେ ଫାଉଣ୍ଡେସନ ମିଶିଯିବ ଏବଂ ଚେହେରା ଉଜ୍ଜ୍ୱଳ ଦିଶିବ । 

    ଲିକ୍ୱିଡ଼ ହାଇଲାଇଟର 
    ଶୀତଦିନରେ ମେକଅପ କିଟରେ ଏକ ଭଲ କ୍ୱାଲିଟିର ଲିକ୍ୱିଡ଼ ଫାଉଣ୍ଡେସନ ଥିବା ନିହାତି ଜରୁରୀ । ଏହାକୁ ସ୍ପଞ୍ଜ ସାହାଯ୍ୟରେ ମେକଅପ ଟଚ୍‌ ଦେଇପାରିବେ । ଏହା ଲୁକକୁ  ସହଜରେ ଗ୍ଲୋଇଙ୍ଗ କରିଥାଏ । 

    ପାଉଡ଼ରଠାରୁ ଦୂରେଇ ରୁହନ୍ତୁ
    ପାଉଡ଼ର ବ୍ୟବହାର କରିବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ଏବଂ ନିଷ୍ପ୍ରଭ ଲାଗିଥାଏ । ତେଣୁ ଯେତେସମ୍ଭବ ଚେଷ୍ଟା କରିବେ ଏମିତି ମେକଅପ ସାମଗ୍ରୀ ବ୍ୟବହାର କରିବାକୁ ଯାହା ଲିକ୍ୱିଡ଼ କିମ୍ବା କ୍ରିମି ହୋଇଥିବ । ଆପଣ ବିବି ଏବଂ ସିସି କ୍ରିମ ବ୍ୟବହାର କରିପାରିବେ । 

    ଶୁଷ୍କ ତ୍ୱଚା ପାଇଁ ଆଇ ମେକଅପ
    ଶୁଷ୍କ ତ୍ୱଚାରେ ଆଇ ମେକଅପ କରିବା ସମୟରେ ସବୁବେଳେ କ୍ରିମି ଆଇସ୍ୟାଡେ଼ା ବ୍ୟବହାର କରନ୍ତୁ । ପାଉଡ଼ର ଆଇସ୍ୟାଡେ଼ା ଠାରୁ ବହୁତ ଭଲ ଲୁକ ଦେଇଥାଏ । ସେମିତି ପେନସିଲ ଆଇ ଲାଇନର କିମ୍ବା କାଜଲ ପରିବର୍ତ୍ତେ ଲିକ୍ୱିଡ଼ ଆଇଲାଇନର ବ୍ୟବହାର କରନ୍ତୁ । ଏହା ଅଧିକ ଭଲ ଲାଗିଥାଏ । 

    Maximum 500 characters

    ବିଶେଷ View all

    Find Us on Facebook