ମୁଖ୍ୟ ଖବର
ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ନେଇ ଆସନ୍ତାକାଲି ବସିବ ଯୁଗ୍ମ ବୈଷୟିକ କମିଟି ଓ କାର୍ଯ୍ୟକାରୀ ବୈଠକ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି। ମୁଖ୍ୟ ଶାସନ ସଚିବ ସ୍ତରରେ ବି ଦୁଇ ଥର ବୈଠକ ହୋଇସାରିଛି । ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ବସିଥିଲା। ଛତିଶଗଡ଼ ସହ ୬ଥର ଯୁଗ୍ମ ବୈଷୟିକ କମିଟି ସରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତର ସହ ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୬ ମାସ ମଧ୍ୟରେ ମହାନଦୀ ଜଳ ସମସ୍ୟାକୁ ନେଇ ନୂଆଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫ ଅଗଷ୍ଟ ୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟି ମହାନଦୀ ଜଳ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଅବଗତ କରାଇଥିଲେ । ଏହାଛଡ଼ା ଓଡ଼ିଶା ଓ ଛତିଶଗଡ ସରକାରଙ୍କ ମଧ୍ୟରେ ନୂଆଦିଲ୍ଲୀ ଠାରେ ୨ଥର ସଚିବ ସ୍ତରୀୟ ବୈଠକ ଏବଂ Technical Committee ସ୍ତରୀୟ ୬ ଥର ବୈଠକ ମାଧ୍ୟମରେ ଆଲୋଚନା ହୋଇଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ନ୍ୟାୟିକ ଓ ଅପୋଷ ବୁଝାମଣା ମାଧ୍ୟମରେ ଆଲୋଚନା ଜାରି ରଖିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Comments ସମସ୍ତ ମତାମତ