Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୨-୧୩ ତାରିଖବେଳକୁ ଲଘୁଚାପ ସମ୍ଭାବନା

    Share on :
    ajab-Image
    Date: Sep 4, 2026    Views: 3464

    ଭୁବନେଶ୍ୱର: ବର୍ତ୍ତମାନ ବିଶେଷ  ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ  ବର୍ଷା ହୋଇପାରେ । କିନ୍ତୁ, ସେପ୍ଟେମ୍ବର ଦ୍ୱିତୀୟ  ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି)  ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ  ଆସନ୍ତା ୧୨-୧୩ ତାରିଖବେଳକୁ ଏକ ଲଘୁଚାପ  ସୃଷ୍ଟି ହୋଇପାରେ ।  ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା  ନିଅଣ୍ଟିଆ ଥିଲେ ବି ଓଡ଼ିଶାରେ ନିର୍ଧୁମ ବର୍ଷା  ହୋଇଛି । ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସରେ  ଯେତିକି ବର୍ଷା ହେବା କଥା, ୩ ମାସରେ (ଅଗଷ୍ଟ  ଶେଷ ସୁଦ୍ଧା) ଓଡ଼ିଶା ତା’ଠାରୁ ଅଧିକ ବର୍ଷା ପାଇଛି । ଜୁନ୍‌ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ  ସ୍ୱାଭାବିକଠାରୁ ୨୫% ଅଧିକ ବର୍ଷା ହୋଇଛି । ଦୁଇଟି  ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ଓ ୧୭ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ସ୍ୱାଭାବିକ  ବର୍ଷା ଦେଇଛି ମୌସୁମୀ । ତଥାପି ରାଜ୍ୟର ଅନେକ  ଜଳଭଣ୍ଡାର ଏବେ ବି ଅଧା ପୂରିନି ।ବଲାଙ୍ଗିରର ଲୋୟର ସୁକତେଲ  ଜଳଭଣ୍ଡାରରେ ମାତ୍ର ୩୭% ପାଣି ଭରିଛି । ବାକି  ଫାଙ୍କା ପଡ଼ିଛି । ବାଲିମେଳାରେ ଜଳଧାରଣ କ୍ଷମତାର  ମାତ୍ର ୩୫% ଜଳ ଭରିଛି । ଅପର କୋଲାବରେ   ୪୯%, ମାଛକୁଣ୍ଡରେ ୫୩% ଓ  କେନ୍ଦୁଝର କାନପୁରରେ ମୋଟ ଜଳଧାରଣ  କ୍ଷମତାର ମାତ୍ର ୧୬% ପାଣି ଭରିଛି ।

    ଅପର କୋଲାବର ବିଦ୍ୟୁତ ଉତ୍ପାଦନ କ୍ଷମତା  ୩୨୦ ମେଗାୱାଟ । କିନ୍ତୁ ୨ ତାରିଖରେ ମାତ୍ର ୭୬  ମେଗାୱାଟ୍‌ ବିଜୁଳି ଉତ୍ପାଦନ ହୋଇଛି । ମାଛକୁଣ୍ଡ  ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦନ କ୍ଷମତା ୬୦  ମେଗାୱାଟ ହୋଇଥିବାବେଳେ ମାତ୍ର ୧୪ ମେଗାୱାଟ  ଉତ୍ପାଦନ ହୋଇଥିଲା । ବାଲିମେଳା ଜଳଭଣ୍ଡାରର  ବିଦ୍ୟୁତ ଉତ୍ପାଦନ କ୍ଷମତା ୫୫୫ ମେଗାୱାଟ   ହୋଇଥିବାବେଳେ ଏଠାରୁ କୌଣସି ବିଦ୍ୟୁତ  ଉତ୍ପାଦନ ହେଉନି । ବୁର୍ଲାର ମୋଟ ବିଦ୍ୟୁତ  ଉତ୍ପାଦନ କ୍ଷମତା ୨୮୭ ମେଗାୱାଟ ଓ ଏଠାରୁ  ୨୪୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି ।  
    ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ରାଜ୍ୟରେ ଏବେ କାଁ ଭାଁ ବର୍ଷା ହୋଇପାରେ । ବଡ଼ ବର୍ଷା ନାହିଁ । ବିସ୍ତୃତ ଅଞ୍ଚଳରେ ପାଗ ଶୁଖିଲା ରହିବ । କେତେବେଳେ  ଘଡ଼ଘଡ଼ି ସହ ଠାଏ ଠାଏ ବର୍ଷା ହୋଇପାରେ ।  ତେବେ ୯ ତାରିଖବେଳକୁ ରାଜ୍ୟର ଅଳ୍ପ  କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି ।  ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।  ଆଇଏମଡି ପକ୍ଷରୁ ସେପ୍ଟେମ୍ବର ୩ରୁ  ୯ ଓ ୧୦ରୁ ୧୬ ତାରିଖ ପାଇଁ ପାଣିପାଗ  ପୂର୍ବାନୁମାନ ଜାରି ହୋଇଛି । ଏହି ଆକଳନ  ବିଶ୍ଳେଷଣରୁ ଅନୁମାନ କରାଯାଉଛି, ଆସନ୍ତା  ୯ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ  ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ  ସେଇ ଅଞ୍ଚଳ ଉପରେ ୧୩ ତାରିଖବେଳକୁ  ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର  ବର୍ଷା ସମ୍ଭାବନା ଅଛି । ଓଡ଼ିଶା ସମେତ  ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ ।  

    Maximum 500 characters

    ତାଜା ଖବର View all

    Find Us on Facebook