ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମେ ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ। ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ସ୍ପଷ୍ଟ ହୋଇନି।ଅନ୍ୟପକ୍ଷରେ ରାଜ୍ୟରେ ଖସୁଛି ପାରଦ। ଧୀରେ ଧୀରେ ବଢ଼ୁଛି ଶୀତ। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ଘରୁ ବାହାରିଲେ କୋହଲା ପବନ ବୋହୁଛି। ରାତି ଯେତେ ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି। ଆଗାମୀ ୪ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ନାହିଁ।
Comments ସମସ୍ତ ମତାମତ