Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣ ଘରେ ପିନ୍ଧୁଛନ୍ତି କି ଚପଲ ? ଭୋଗିବେ ସାଙ୍ଘାତିକ ପରିଣାମ

    Share on :
    ajab-Image
    Date: Jan 29, 2025    Views: 3854

    ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।

    ମା’ ଲକ୍ଷ୍ମୀ କ’ଣ ପାଇଁ ହୋଇଯାଆନ୍ତି ନାରାଜ

    ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ରର ପ୍ରଭାବ ସିଧା ଆମର ଜୀବନ ଉପରେ ପଡ଼ିଥାଏ । ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖିବା ବହୁତ ଅଶୁଭ ହୋଇଥାଏ । ଏହି ଦିଗ ସକରାତ୍ମକତା ଆଣିଥାଏ । ତେଣୁ ଏଠାରେ ଜୋତା ଚପଲ ରଖିଲେ ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି ।

    ବେଡରୁମକୁ ଚପଲ ନେବା ଅଶୁଭ

    ଆଜିକାଲି ଲୋକେ ବେଡରୁମକୁ ଜୋତା ଚପଲ ପିନ୍ଧିକରି ଯାଇଥାନ୍ତି । ଏମିତି କି ବେଡରୁମରେ ଚପଲ ମଧ୍ୟ ରଖିଥାନ୍ତି । ଫଳରେ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

    ନୀଳ ରଂଗର ଜୋତା କରନ୍ତୁ ବ୍ୟବହାର

    ଯେଉଁ ଲୋକଙ୍କ ଜୀବନରେ ଉନ୍ନତି ହେଉନାହିଁ, ଏମାନେ ଖାସ କରି ନୀଳ ରଂଗର ଜୋତା ବ୍ୟବହାର କରନ୍ତୁ । ସର୍ବଦା ସଫା ଓ ସୁନ୍ଦର ଜୋତା ପିନ୍ଧିବା ଦ୍ୱାରା କାର୍ଯ୍ୟ ଠିକ ଭାବେ ଚାଲିଥାଏ ଓ ସଫଳତା ମିଳିଥାଏ ।

    ଅପରିସ୍କାର ଜୋତା ଚପଲ ପିନ୍ଧନ୍ତୁ ନାହିଁ

    ଲୋକ ତରବରରେ ଅପରିସ୍କାର ଜୋତା ପିନ୍ଧି ଚାଲିଯାଇଥାନ୍ତି । ଯାହାକି ଆପଣଙ୍କ ପର୍ସନାଲଟି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମଧ୍ୟ ଧନହାନୀର କାରଣ ହୋଇଥାଏ । ତେଣୁ ସର୍ବଦା ଜୋତା ସଫା କରି ପିନ୍ଧି ଯିବା ଉଚିତ୍‌ ।

    ହଳଦିଆ ରଂଗର ଜୋତା ପିନ୍ଧନ୍ତୁ ନାହିଁ

    ଫେସନ ଯୁଗରେ ଲୋକେ ବିଭିନ୍ନ ରଂଗର ଜୋତା ପିନ୍ଧୁଛନ୍ତି । ଲୋକେ ବାସ୍ତୁ ପ୍ରତି ନଜର ଦିଅନ୍ତି ନାହିଁ । ଲୋକଙ୍କୁ ଏହା ମନେ ରଖିବା ଉଚିତ ଯେ ହଳଦିଆ ରଂଗର ଜୋତା ପିନ୍ଧିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।

    Maximum 500 characters

    ବିଶେଷ View all

    Find Us on Facebook