Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତକିଆ ମୁଣ୍ଡ ତଳେ ଦେଲେ କ’ଣ ହୁଏ କ୍ଷତି

    Share on :
    ajab-Image
    Date: Jan 29, 2025    Views: 3676

    ପ୍ରାୟ ସମସ୍ତେ ମୁଣ୍ଡ ତଳେ ତକିଆ ରଖି ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ ନର୍ଭ ସିଷ୍ଟମରେ ପ୍ରୋବଲେମ ଥିଲା ଲୋକଙ୍କୁ ଡ଼ାକ୍ତରଙ୍କ ପରାମର୍ଶ ଥାଏ ମୁଣ୍ଡ ତଳେ ତକି ନଦେବା ପାଇଁ । କିନ୍ତୁ କ’ଣ ଆପଣ ଜାଣନ୍ତି ସାଧାରଣ ଲୋକମାନେ ମଧ୍ୟ ମୁଣ୍ଡ ତଳେ ତକିଆ ନଦେଇ ଗୋଡ଼ ତଳେ ତକିଆ ଦେବାର ରହିଛି ଅନେକ ଫାଇଦା । ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା । ଗୋଡ ବିନ୍ଧା କିମ୍ବା ଦରଜ ଥିଲେ ଅନେକ ଲୋକ ଗୋଡ ତଳେ ତକିଆ ଦେଇ ଶୋଇଥାନ୍ତି। ଗର୍ଭବତୀ ମହିଳା ନିଜ ଗୋଡ ତଳେ ତକିଆ ଦେଇ ଶୋଇଥାନ୍ତି। ଯାହାର ଅନେକ ଫାଇଦା ରହିଥାଏ। 

    ଗୋଡ ତଳେ ତକିଆ ରଖି ଶୋଇଲେ କ’ଣ ମିଳେ ଲାଭ :

    ଗର୍ଭବତୀ ମହିଳା ଗୋଡ ତଳେ ତକିଆ ଦେଇ ଶୋଇବା ଦ୍ୱାରା ଶରୀର ଉପରେ ଓଜନ ଭାର ପଡିନଥାଏ। ଶରୀରର ଓଜନ ଦୁଇ ଭାଗରେ ବାଣ୍ଟି ହୋଇଯାଏ। ଏହାଦ୍ୱାରା ପାଦ ଫୁଲିବା ସମସ୍ୟା କମ୍‌ ହୋଇଥାଏ। ଶରୀରର ଓଜନ ନ ପଡିବା ଯୋଗୁଁ ଅଣ୍ଟା ଯନ୍ତ୍ରଣା ମଧ୍ୟ କମ୍‌ ହୁଏ। ଏହି ଫାଇଦା କେବଳ ଗର୍ଭବତୀ ମହିଳାଙ୍କୁ ନୁହେଁ ଅନ୍ୟ ଲୋକଙ୍କୁ ମଧ୍ୟ ମିଳିଥାଏ।

    ଗୋଡ ତଳେ ତକିଆ ଦେଇ ଶୋଇବା ଦ୍ୱାରା ସାଇଟିକା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଶୋଇବା ସମୟରେ ପାଦ ତଳେ ରହିଥାଏ। ଏହାଯୋଗୁଁ ସାଇଟିକା ଯନ୍ତ୍ରଣା ଆରମ୍ଭ ହୁଏ। ଏହାଛଡା ଗୋଡ ତଳେ ତକିଆ ଦେଇ ଶୋଇଲେ ମେରୁଦଣ୍ଡ ଉପରେ କମ୍‌ ପ୍ରଭାବ ପଡେ । ତେଣୁ ଡିସ୍କ ପେନରୁ ଲାଭ ମିଳିଥାଏ।

    ପାଦରେ ରକ୍ତ ସଂଚାଳନ ସଠିକ୍‌ ଭାବ ନ ହେଲେ ଖୁବ୍‌ ଜୋରରେ ଦରଜ ହୋଇ ଜଳାପୋଡା ହୋଇଥାଏ। ତେଣୁ ପାଦ ତଳେ ତକିଆ ଦେଇ ଶୋଇବା ଦ୍ୱାରା ଏପରି ସମସ୍ୟାରୁ ମୁକ୍ତି ମିଳେ।

    ତକିଆ ମୁଣ୍ଡ ତଳେ ଦେଲେ କ’ଣ ହୁଏ କ୍ଷତି :

    ଶୋଇବା ସମୟରେ କିଛି ଲୋକ ନିଶ୍ଚିତ ଭାବରେ ତକିଆ ଆବଶ୍ୟକ କରନ୍ତି । କିଛି ଲୋକ ଶୋଇବା ସମୟରେ ମୁଣ୍ଡ ତଳେ ଏକ ମୋଟା ତକିଆ ରଖୁଥିବାବେଳେ କିଛି ଲୋକ ପାଖରେ ୩-୪ଟି ତକିଆ ଧରି ଶୋଇଥାନ୍ତି । ଖରାପ ତକିଆ ନିଦରେ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ୮୨ ପ୍ରତିଶତ ଲୋକ ଏ ବିଷୟରେ ଅବଗତ ନାହାନ୍ତି। ଖରାପ ତକିଆରେ ଶୋଇଲେ ମୁଣ୍ଡ, ବେକ ଓ କାନ୍ଧରେ ଯନ୍ତ୍ରଣା ଅନୁଭବ ହୁଏ। ଏ ସବୁ ଅଙ୍ଗ ଭାରି ଭାରି ଲାଗେ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଓ ମୁଣ୍ଡ ବୁଲାଇବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ସମସ୍ତଙ୍କର ଶୋଇବା ସମୟରେ ଅଲଗା ଅଲଗା ପ୍ରକାରର ଅଭ୍ୟାସ ରହିଛି। ତେବେ ତକିଆ ବ୍ୟବହାର କରୁଥିଲେ ଆପଣଙ୍କୁ ଅନେକ ରୋଗର ଶିକାର ହେବାକୁ ପଡିପାରେ ।

    ତକିଆ ଦେଇ ଶୋଇବା ଦ୍ୱାରା ଆପଣ ଖୁବଶୀଘ୍ର ବୃଦ୍ଧ ଭଳି ଦେଖାଯିବେ । ରାତିରେ ତକିଆ ସହିତ ଶୋଇବା ସମୟରେ, ଅନେକ ଥର ଆପଣଙ୍କ ଗାଲ ତକିଆ ଉପରେ ଥାଏ, ଯେଉଁ କାରଣରୁ ଧୀରେ ଧୀରେ ମୁହଁରେ କୁଞ୍ଚନ ଦେଖାଯିବା ଆରମ୍ଭ କରେ । ଏଥିପାଇଁ ତକିଆ ବ୍ୟବହାର ସହିତ ସୌନ୍ଦର୍ଯ୍ୟ ହାନି ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook