Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣଙ୍କ ନାମ ଏହି ୪ ଅକ୍ଷରରୁ ଆରମ୍ଭ କି? ପାଇବେ ମନଲାଖି ଜୀବନସାଥୀ

    Share on :
    ajab-Image
    Date: Jun 11, 2025    Views: 5056

    ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷରର ମାନ୍ୟତା ଅଧିକ। ହିନ୍ଦୁ ଧର୍ମରେ ଜାତକ ଅନୁଯାୟୀ ନାମକରଣ କରାଯାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ବଭାବ, କ୍ୟାରିୟର ଏବଂ ବିବାହ ସହ ଜଡ଼ିତ ନାନାଦି ବିଷୟରେ ଜଣାପଡ଼ିଥାଏ। କିଛି ଏପରି ଅକ୍ଷର ରହିଛି, ଯେଉଁ ନାମର ଯୁବତୀମାନେ ମନଲାଖି ଜୀବନସାଥୀ ପ୍ରାପ୍ତ କରିଥାନ୍ତି। ଆସନ୍ତୁ ଜାଣିବା:

    ‘ଏ’ ନାମଧାରୀ ଯୁବତୀ: ଯେଉଁ ଯୁବତୀଙ୍କ ନାମ ‘ଏ’ରୁ ଆରମ୍ଭ, ସେମାନେ ଦେଖିବାକୁ ବହୁତ ସୁନ୍ଦର। ଏମାନେ ସମସ୍ତଙ୍କ ଚିନ୍ତା କରିଥାନ୍ତି। ନିଜର ବଳିଷ୍ଠ ସ୍ବଭାବ ଯୋଗୁ ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ସ୍ବାମୀ ସମସ୍ତ ମନକଥା ଶୁଣିଥାନ୍ତି। ବିବାହ ପରେ ଏମାନେ ରାଣୀ ହୋଇ ରହିଥାନ୍ତି।

    ‘ପି’ ନାମଧାରୀ ଯୁବତୀ: ଯେଉଁ ଯୁବତୀଙ୍କ ନାମ ‘ପି’ରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ମନଲାଖି ବର ପ୍ରାପ୍ତ ହୋଇଥାଏ। ଜୀବନସାଥୀ ଏମାନଙ୍କର ବହୁତ ଯତ୍ନ ନେଇଥାନ୍ତି। ଏମାନଙ୍କ ସ୍ବାମୀ ବହୁତ ସ୍ମାର୍ଟ ହୋଇଥାନ୍ତି। ଏଥିପାଇଁ ଅନ୍ୟ ଯୁବତୀମାନେ ଇର୍ଷା କରିଥାନ୍ତି।

    ‘ଏସ୍‌’ ନାମଧାରୀ ଯୁବତୀ: ‘ଏସ୍‌’ ଅକ୍ଷର ନାମର ଯୁବତୀଙ୍କୁ ବହୁତ ଭଲ ପାଉଥିବା ସ୍ବାମୀ ମିଳିଥାନ୍ତି। ଏମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହେବା ସହ ବୁଦ୍ଧିମାନ ହୋଇଥାନ୍ତି। ସବୁ ପରିସ୍ଥିତିରେ ଏମାନଙ୍କ ସ୍ବାମୀ ସାଙ୍ଗରେ ରହିଥାନ୍ତି।

    ‘ଏମ୍‌’ ନାମଧାରୀ ଯୁବତୀ: ଜୀବନସାଥୀ ମାମଲାରେ ‘ଏମ୍‌’ ନାମଧାରୀ ଯୁବତୀ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନଙ୍କ ସ୍ବାମୀ ସେମାନଙ୍କ ସବୁକଥା ଶୁଣିଥାନ୍ତି। ଏମାନଙ୍କୁ ପଚାରି ସେ ସବୁ ନିଷ୍ପତ୍ତି ନେଇଥାନ୍ତି।

    Maximum 500 characters

    ବିଶେଷ View all

    Find Us on Facebook