Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଟିକେଟ ନମିଳିବାରୁ ପ୍ରସନ୍ନଙ୍କ ରାଗ :ଲେନିନ

    Share on :
    ajab-Image
    Date: Oct 16, 2024    Views: 3233

    ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ବରିଷ୍ଠ ନେତା ପ୍ରସନ୍ନ ପଟ୍ଟଶାଣୀ ଦେଇଥିବା ମନ୍ତବ୍ୟକୁ ନେଇ ଜୋରଦାର ବିରୋଧ କରିଛନ୍ତି  ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, "ପ୍ରସନ୍ନ ଆଜିକୁ ବର୍ଷ ତଳେ ଯେଉଁ ବ୍ୟକ୍ତିକୁ ପ୍ରଶଂସାରେ ସତମୁଖ ହେଉଥିଲେ, ଆଜି ତାଙ୍କ ବିରୋଧରେ କହୁଛନ୍ତି । ଏହାର ଅର୍ଥ ପ୍ରସନ୍ନ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ କେତେବେଳେ କଣ କୁହନ୍ତି ସିଏ ନିଜେ ଜାଣନ୍ତି ନାହିଁ । ଯେତେବେଳେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ଦଳ ତାଙ୍କୁ ବାହାର କରିଦେବା କଥା । କିନ୍ତୁ ମୁରବି ଦୁଷ୍ଟିକୋଣରୁ ପ୍ରସନ୍ନଙ୍କୁ ଦଳ ବାହାର କରିନଥିଲା । ନିର୍ବାଚନ ପୂର୍ବରୁ ତାଙ୍କ ପରିବାରକୁ ୪ ଟି ଟିକେଟ ଦେବାକୁ ବାବା ଦାବୀ କରୁଥିଲେ । ବିଜେଡି ଏକ ଗଣତାନ୍ତ୍ରିକ ଦଳ ହୋଇଥିବାରୁ ଦାବୀକୁ ଗ୍ରହଣ କରିନଥିଲା । ଯଦି ଗୋଟିଏ ପରିବାରକୁ ୪ଟି ଟିକେଟ ଦିଆଯିବ ତେବେ ଅନ୍ୟମାନେ କୁଆଡେ ଯିବେ ।"
    ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁ ମହାନିୟତା ପ୍ରସନ୍ନ ପଟ୍ଟଶାଣୀ ବାରମ୍ବାର ଭୁଲ ପରେ ମଧ୍ୟ ତାଙ୍କୁ କ୍ଷମା ଦେଇଥିଲେ । ତେଣୁ ପ୍ରସନ୍ନ ପଟ୍ଟଶାଣୀ କାହା କଥାରେ ଭାସି ନିଜର ରାଜନୈତିକ ଛବିକୁ ମଳିନ କରୁଛନ୍ତି । ରାଜ୍ୟରେ ବିଜେଡି ଏକ ଜନପ୍ରିୟ ଦଳ । ନବୀନ ପଟ୍ଟନାୟକ ଏବେବି ଲୋକଙ୍କ ମାନରେ ରହିଛନ୍ତି । ବିଜେଡି ଆଗକୁ ମଧ୍ୟ ସଂଖ୍ୟା ଗରିଷ୍ଠତାର ସହ ଶାସନ ଫେରିବ । କିନ୍ତୁ ଏଭଳି ରାଜନେତା ରାଜନୀତି ପାଇଁ ଶୁଭଙ୍କର ନୁହେଁ । ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଯାଇଛନ୍ତି ବୋଲି ଘୋଷଣା କରିଛନ୍ତି । ତେଣୁ ତାଙ୍କ ନା ନେଇ ପ୍ରସନ୍ନ ପଟ୍ଟଶାଣୀ ରାଜନୈତିକ ମାଇଲେଜ ନେବାକୁ ଚାହୁଁଛନ୍ତି । ଏହା ଏକ ଶସ୍ତା ରାସ୍ତା ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook