Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାୟକ ଲକ୍ଷ୍ମଣ ବାଗ୍‌କୁ ହତ୍ୟା ଧମକ

    Share on :
    ajab-Image
    Date: Dec 4, 2025    Views: 2383

    ତୁରେକେଲା : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ହତ୍ୟା ଧମକ ଅଭିଯୋଗ। ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଥିଲା ଜିଆର୍‌ପି ଥାନାରେ ଅଭିଯୋଗ କଲେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆର ଥାନା ପୁଲିସ।ସୂଚନା ଥାଉକି, ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯାଉଥିଲେ । ତେବେ ଏହି ସମୟରେ ପ୍ରାୟ ୧୧.୩୫ ରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ବେଆଇନ ଭାବେ ଦାଦନ ଯାଉଥିବା ବେଳେ ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରିଥିଲେ । ଶ୍ରମିକମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମି ମାନଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିଥିଲେ । ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିଲା ଓ ଶ୍ରମିକମାନେ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଜଣାପଡିଥିଲା । ବିଧାୟକ କଣ୍ଟାବାଞ୍ଜି ଟାଉନ ପୁଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଅଧକ ତଦନ୍ତ କରିବାକୁ କହିଥିଲେ । ତେବେ ଏହି ସମୟରେ ବିଧାୟକ କିଛି ଲୋକଙ୍କୁ ଅଟକ ରଖି ଆରପିଏଫ୍‌କୁ ତଦନ୍ତି କରିବାକୁ କହିବା ବେଳେ ଆରପିଏଫ କିଛି ସମୟ ସେହି ଲୋକଙ୍କୁ ଅଟକ ରଖି ଛାଡି ଦେଇଥିଲେ । ଏଥିରେ ବିଧାୟକ କାହିକିଁ ଅଟକ ରଖୁଥିବା ଲୋକଙ୍କୁ ଛାଡି ଦେଲ ବୋଲି ଆରପିଏଫଙ୍କ ଟିଉସନ ନେଇଥିଲେ । ବିଧାୟକ ଷ୍ଟେସନର ବାହାରେ ଦୀର୍ଘ ସମୟ ଧରି ବସିଥିଲେ । ଯେଉଁ ମାନେ ଦାଦନ ଶ୍ରମିକ ଭଳି ଦେଖା ଯାଉଥିଲେ ସେମାନଙ୍କୁ ବିଧାୟକ କୁଆଡେ ଯାଉଛି ବୋଲି ପଚାରୁଥିଲେ ।ଅନ୍ୟ ପକ୍ଷରେ ବିଧାୟକ ଦାଦନ ଶ୍ରମିକ ମାନଙ୍କୁ ପଚାରୁଥିବା ବେଳେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଏବଂ ବଣ୍ଟି ବେହେରା ସହ ଅନ୍ୟ ୬ ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା। ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ବିଧାୟକଙ୍କୁ ଦୁର୍ବ୍ୟବହାର ହୋଇଥିବା ଖବର ତାଙ୍କ ସମର୍ଥକମାନେ ଜାଣିବା ପରେ ଷ୍ଟେସନରେ ପହଞ୍ଚିଥିଲେ । ବିଧାୟକ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ରାତି ୨ ଟା ରେ ନିଜ ଘରକୁ ଫେରିଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook