Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭାରତକୁ ସହିପାରୁନି ଆମେରିକା, ଆମ ରାଜ୍ୟ ସୁରକ୍ଷିତ: ଆଇନମନ୍ତ୍ରୀ

    Share on :
    ajab-Image
    Date: Jun 23, 2025    Views: 3030

    ପୁରୀ: "ଭାରତ ଆର୍ଥିକ ସ୍ତରରେ ଅତ୍ୟନ୍ତ ଉଚ୍ଚ ସ୍ତରକୁ ଯିବାକୁ ଆରମ୍ଭ କରିଛି । ଆମେ ଚତୁର୍ଥ ବୃହତମ ଅର୍ଥନୀତି । ଏକଥାକୁ ହଜମ କରିପାରୁନାହାଁନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେ ଆଉ ଗୋଟିଏ ବର୍ଷ ପରେ ବିଶ୍ୱର ୩ୟ ଅର୍ଥନୀତି ସ୍ଥାନରେ ପହଞ୍ଚିବାକୁ । ବର୍ତ୍ତମାନ ଏହି କଥାକୁ ବିଶ୍ୱସ୍ତରରେ କିଛି ଦେଶ ଯିଏ ନିଜକୁ ବିକାଶିତ ରାଷ୍ଟ୍ର ବୋଲି ବିବେଚନା କରୁଛନ୍ତି ସେମାନେ ଭାରତର ଉନ୍ନତିକୁ ଗ୍ରହଣ କରିପାରୁନାହାଁନ୍ତି । ବିଶ୍ୱସ୍ତରରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ ହୋଇଛି । ଆମେରିକାରେ ଦଙ୍ଗା ହେଉଛି । ଆମେରିକାରେ ମହିଳାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଛି । ଆମେରିକାରେ ଆଇନଶୃଙ୍ଖଳା ଠିକ୍ ନାହିଁ । ତାକୁ ସମ୍ଭାଳିବାର ଦମ୍ଭ ଟ୍ରମ୍ପଙ୍କ ପାଖରେ ନାହିଁ ।
    ଓଡିଶାରେ କଣ ହେଲା କି ଭାରତ ବର୍ଷର ୬ଟା ରାଜ୍ୟରେ କଣ ହେଲା ସେଥିପ୍ରତି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାହାରର କୌଣସି ଶକ୍ତି ଏ ବିବାଦରେ ମୁଣ୍ଡ ନପୁରାନ୍ତୁ । ବୈଦେଶିକ ବ୍ୟାପାର ବିଭାଗ କୂଟନୈତିକ ସ୍ତରରେ ଏହାକୁ ବିଚାର କରିବେ । ଓଡିଶାରେ କୌଣସି ଅପରାଧ ଘଟିଲେ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଆମେ ଦୋଷୀକୁ ଗିରଫ କରୁଛୁ । ମହିଳା ସୁରକ୍ଷା ବା ଅପରାଧ ଦିଗରେ ଆମେ ଓଡିଶାରେ ୬ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବୁ । ଯାହା ଫଳରେ କୌଣସି ମହିଳା ବିରୋଧରେ କୌଣସି ଅପରାଧ ହେଲେ ମାସକ ମଧ୍ୟରେ ମାମଲାର ଫୈସଲା ହେବ ଏବଂ ମହିଳା ଜଣଙ୍କୁ ନ୍ୟାୟ ପ୍ରଦାନ କରାଯିବ," ବୋଲି ଆମେରିକାର ଭାରତ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି ପରେ ବୟାନରେ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook