ମୁଖ୍ୟ ଖବର
ଭୁବନେଶ୍ୱର: ଚର୍ଚ୍ଚିତ ୟୁଟ୍ୟୁବର ଲବ୍ ହାଂସଦା ଏବେ ବିବାଦ ଘେରରେ । ଲବ୍ଙ୍କ ନିର୍ୟାତନା ସହି ନପାରି ତାଙ୍କ ପ୍ରେମୀକା ସାଲମୀ ମୁର୍ମୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ସାଲମୀ ଭାଇଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ଥାନା ପୁଲିସ୍ ଲବଙ୍କ ନାଁରେ ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଭଉଣୀ ମୃତ ପଛରେ ତାଙ୍କର ହାତ ଥିବା ସାଲମୀ ଭାଇ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
କିଛି ବର୍ଷ ତଳେ ସୋସିଆଲ୍ ମିଡିଆରେ ଲବଙ୍କ ସହ ସାଲମୀଙ୍କ ପରିଚିତ ହୋଇଥିଲା । ସାଲମୀଙ୍କ ଘର ବିହାର ହୋଇଥିବା ବେଳେ ସେ ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ଥାନା ଅଞ୍ଚଳରେ ରହୁଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସାଲମୀ ଏକ ବାଇକର୍ ଗ୍ରୁପ୍ର ସାମିଲ ଥିଲେ । ବାଇକ୍ ଚାଳାଇବା ତାଙ୍କ ନିଶା । ଦୁଇ ମାସ ତଳେ ଲବଙ୍କ ସହ ତାଙ୍କର ନେପାଳରେ ଦେଖା ହୋଇଥିଲା। ତେବେ ଏହି ସମୟରେ ଲବ ଚଞ୍ଚକତା କରି ସାଲମୀଙ୍କ ସୋସିଆଲ୍ ମିଡିଆର ୟୁଜର ଆଇଡି ଏବଂ ପାସ୍ୱାଡ୍ ନେଇ ଯାଇଥିଲେ । ଏକଥା ଜାଣି ନଥିଲେ ସାଲମୀ । ଯଦି କୌଣସି ବ୍ୟକ୍ତି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ସାଲମୀଙ୍କୁ ମେସେଜ୍ କରୁଥିଲେ ତାକୁ ଦେଖୁଥିଲେ ଲବ । ଆଉ ସେହି କଥାକୁ ନେଇ ସାଲମୀଙ୍କୁ ଗାଳି ମନ୍ଦ କରିଥିଲେ ।
ଦୁଇ ଦିନ ତଳେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଲବ୍ ତାଙ୍କୁ ଅଶ୍ଳୀଳ ଭାଷରେ ଗାଳି କରିବା ସହ ଅକଥନୀୟ ନିର୍ୟାତନା ଦେଇଥିଲେ । ଏମିତି ସାଲମୀର ରଚିତ୍ରସଂହାର କରିଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଲବଙ୍କର ନିର୍ୟାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିଲେ ବୋଲି ସାଲମୀଙ୍କ ଭାଇ କହିଛନ୍ତି । ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ପୁଲିସ୍ ଲବଙ୍କ ବିରୋଧରେ ବିଏନ୍ଏସ୍ ଦଫା ୧୦୮ରେ ମାମଲା ରୁଜୁ କରିଥିବା ଜଣାପଡିଛି ।
Comments ସମସ୍ତ ମତାମତ