Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି :କନକ ବର୍ଦ୍ଧନ ସିଂହଦେଓ

    Share on :
    ajab-Image
    Date: Jul 11, 2024    Views: 3795

    ବଲାଙ୍ଗୀର: ରାଜ୍ୟବାସୀ କେବେ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି ? କେବେଠୁ କାର୍ୟ୍ୟକାରୀ ହେବ ଏହି ନୂଆ ଯୋଜନା ? ରାଜ୍ୟରେ ସରକାର ବଦଳିବା ପରେ ବିଜେପି ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ ନେଇ ଦ୍ବନ୍ଦ ଲାଗିରହିଛି । ବିଜେଡି ମଧ୍ୟ ଏନେଇ ପ୍ରଶ୍ନ କରିଥିବା ବେଳେ ବଡ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରଧାନମନ୍ତ୍ରୀ ସୂର୍ୟ୍ୟୋଦୟ ଯୋଜନାରେ ୩୦୦ ୟୁନିଟ ମାଗଣା ବିଜୁଳି ସୁବିଧା ଲୋକେ ପାଇବେ । ଯୋଜନାର ରୂପରେଖ ନେଇ ଏବେ କାର୍ୟ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
     ବୁଧବାରଠାରୁ ତିନିଦିନିଆ ବଲାଙ୍ଗୀର ଗସ୍ତରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସିଧାସଳଖ ଲୋକଙ୍କ ସହ ଅଲୋଚନା କରିବା ସହ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ମାଗଣା ବିଜୁଳିକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ନୂଆ ସରକାର ଆସିବା ଦିନଠୁ ମାଗଣା ବିଜୁଳିକୁ ନେଇ ବିତର୍କ ଜାରି ରହିଛି । ଯେଉଁଥିରେ ବିରୋଧୀ ୩୦୦ ୟୁନିଟ ମାଗଣା ବିଜୁଳି କେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେହିପରି ଲୋକଙ୍କ ମଧ୍ୟରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ''ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସୂର୍ୟ୍ୟୋଦୟ ଯୋଜନାରେ ମାଗଣା ବିଜୁଳି ସୁବିଧା ମିଳିବ । ଏହି ଯୋଜନାରେ ସବସିଡିରେ ସରକାର ଘର ଛାତ ଉପରେ ସୋଲାର ପ୍ଲେଟ ଯୋଗାଇଦେବେ । ଏଥିରେ ପ୍ରାୟ ୩୦୦ ୟୁନିଟ ମାଗଣା ବିଜୁଳି ଲୋକ ପାଇବା ସହ ବଳକା ବିକ୍ରି କରିପାରିବେ । ଏହି ଯୋଜନାର ରୂପରେଖ ନେଇ ଏବେ କାର୍ୟ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ । ''

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook