Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଦ୍ମ ଧରିଲେ ଗେହଲଟ

    Share on :
    ajab-Image
    Date: Nov 18, 2024    Views: 4498

    ନୂଆଦିଲ୍ଲୀ: ଯାହା କୁହାଯାଉଥିଲା ତାହା ଶେଷରେ ସତ ହେଲା ।  ଆମ ଆଦମୀ ପାର୍ଟିରୁ  ଇସ୍ତଫା ଦେବା ପରେ  ପଦ୍ମ ଶିବିରରେ ସାମିଲ ହୋଇଛନ୍ତି  ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ଗେହଲଟ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଯେ ଶ୍ରୀ ଗେହଲଟ ଆପ ସରକାରରେ ପରିବହନ ମନ୍ତ୍ରୀ ଥିଲେ । ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ଥିଲେ। କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଇସ୍ତଫା ପତ୍ର ପଠାଇଥିଲେ କୈଳାଶ ଗେହଲଟ।ଗେହଲଟ୍ ଇସ୍ତଫା ପତ୍ରରେ କହିଥିଲେ, ''ଗତ ନିର୍ବାଚନରେ ​​ଆମେ ଯମୁନା ନଦୀକୁ ସଫା କରିବାକୁ ପ୍ରତିଶୃତି ଦେଇଥିଲୁ, କିନ୍ତୁ ଏହା କରିପାରିଲୁ ନାହିଁ।ଶିସ୍‌ମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି। ଯଦି ଦିଲ୍ଲୀ ସରକାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ କୌଣସି ପ୍ରଗତି ହୋଇପାରିବ ନାହିଁ। ମୋ ପାଖରେ ଆପରୁ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।''

    ତେବେ ବୈଜୟଣ୍ଡ ପଣ୍ଡା ଦାୟିତ୍ୱ ନେବା ପରେ ଆପର ୪ଜଣ ଦଳ ଛାଡ଼ିସାରିଲେଣି । କୈଳାସ ଗେହଲଟଙ୍କ ପୂର୍ବରୁ ୩ ଜଣ ନେତା ଆପ ଛାଡ଼ି ବିଜେପି ଆସିଥିଲେ । ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ହରସରନ ସିଂ,  ଗୁରୁମିତ ସିଂ ବାଲି ଓ ରାମନାରାୟଣ ଭରଦ୍ୱାଜ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook