Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚାକିରିରେ ବିଳମ୍ବ ହେଉଛି କି?

    Share on :
    ajab-Image
    Date: Apr 26, 2025    Views: 3962

    ଅନେକ ସମୟରେ ଏପରି ଦେଖାଯାଏ,ଛୋଟ ଛୋଟ କାରଣରୁ ଚାକିରି କ୍ଷେତ୍ରରେ ସମସ୍ୟା ଲାଗିରହେ। କାର୍ୟ୍ୟରେ ସଠିକ୍‌‌ ଭାବେ ସଫଳତା ମିଳିପାରିନଥାଏ। କେତେକ ସମୟରେ ବାରମ୍ବାର ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ଚାକିରିରେ ବିଳମ୍ବ ହେଉଥିବା ଦେଖାଯାଏା ତେବେ ବାସ୍ତୁରେ ଏପରି କେତେକ ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
    ଶୋଇବା ସମୟରେ ମୁଣ୍ଡ ଉପରକୁ ଏକ ମୟୁରପୁଚ୍ଛ ରଖନ୍ତୁ। ଏହା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଲଗାତାର ଧନହାନୀ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
    ଶୋଇବା ସମୟରେ ମୁଣ୍ଡ ଉପରେ ଏକ କଏନ୍‌‌ ରଖି ଦିଅନ୍ତୁ। ଏହାଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା , ରୋଗ ଲାଗି ରହୁଥିଲେ ଦୂର ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।
    କିଛି ରସୁଣକୁ ଶୋଇବା ସମୟରେ ମୁଣ୍ଡ ଉପରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଉତ୍ତମ ନିଦ ହେବା ସହ କର୍ମକ୍ଷେତ୍ରରେ ଆସୁଥିବା ସମସ୍ୟା ଦୂର ହୋଇଥାଏ।
    ଶୋଇବା ସମୟରେ ତକିଆ ତଳେ କିଛି ହଳଦୀ ଖଣ୍ଡ ରଖିବା ଦ୍ୱାରା କର୍ମକ୍ଷେତ୍ରରେ ଯୋଗ ଦେବାର ସୁଯୋଗ ଆସିଥାଏ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ନୂତନ କର୍ମନିଯୁକ୍ତି ସୁଯୋଗ ମିଳେ। ଧନର ଅଭାବ ଦୂର ହୋଇଥାଏ। ଅନେକ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିଲେ, ଏଥିରେ ସଫଳତା ମିଳିଥାଏ।
    କିଛି ତୁଳସୀ ପତ୍ର ଓ ଗୁଜୁରାତିକୁ ଶୋଇବା ସମୟରେ ମୁଣ୍ଡ ଉପରକୁ ରଖି ଶୋଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଭାଗ୍ୟରେ ସୁପରିର୍ତ୍ତନ ହୋଇଥାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook