Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଣ୍ଡି ମେଣ୍ଟକୁ ପଛରେ ପକାଇ ଦୌଡିଲା ଜେଏମଏମ୍

    Share on :
    ajab-Image
    Date: Nov 23, 2024    Views: 5624

    ରାଞ୍ଚି: କାହା ସପକ୍ଷରେ ଯିବ ଝାଡଖଣ୍ଡ ଜନାଦେଶ । କିଏ ମାରିବ ବାଜି । ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହାରି ଭିତରେ ଏକ ବଡ ଟ୍ବିଷ୍ଟ ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ପଛରେ ପକାଇ ଆଗେଇ ଯାଇଛି ଇଣ୍ଡି ମେଣ୍ଟ । ଜେଏମଏମ ୫୦ଟି ଆସନରେ ଆଗୁଆ ରହିଛି ।

    ପୂର୍ବାହ୍ନ ୧୧ଟା ସୁଦ୍ଧା ଆସିଥିବା ଗଣତି ରିପୋର୍ଟ ଅନୁସାରେ ଇଣ୍ଡିଆ ବ୍ଲକରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ ଆଗରେ ରହିଛନ୍ତି । ମୋଟ ୮୧ ଟି ଆସନରେ ଇଣ୍ଡି ମେଣ୍ଟ ୫୦ଟି ଆସନରେ ଲିଡ୍ କରୁଛି । ଏନଡିଏ ୨୮ଟି ଆସନରେ ଆଗୁଆ ଚାଲିଛି ।

    ଝାଡଖଣ୍ଡ ଗାଦି ପାଇଁ ଦଳକୁ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ ନମ୍ବର ୪୧ଟି ଆସନ ହାତେଇବାକୁ ହେବ । ଜେଏମଏମ ନେତା ମହୁଆ ମାଝୀ ରାଞ୍ଚି ଆସନରେ ଆଗରେ ରହିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗୁଆ ରହିଛନ୍ତି । ମାତ୍ର ପତ୍ନୀ କଳ୍ପନା  ସୋରେନ ଗାଣ୍ଡେ ଆସନରେ ୩୧୨୮ ଭୋଟରେ ପଛୁଆ ରହିଛନ୍ତି । ରାଜ୍ୟରେ ଜେଏମଏମ ସଂଖ୍ୟାଗରିଷ୍ଠତା ହାତେଇବା ଆଶା ଉଜ୍ବଳ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook