ମୁଖ୍ୟ ଖବର
ଯୁବ ଅଭିନେତା ଜୟଜିତ ଦାସ ନିଜ ଜନ୍ମଦିନର ଠିକ ପୂର୍ବରୁ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି । ସେ ଏକ ବଲିଉଡ ଫିଲ୍ମ ‘ପ୍ରଚଣ୍ଡ’ରେ ସୁଟିଂ ସାରିଛନ୍ତି । ଯାହା ରିଲିଜ ଅପେକ୍ଷାରେ । ଏଥିରେ ତାଙ୍କସହିତ ପ୍ରକୃତି ମିଶ୍ର ଅଭିନୟ କରିଥିବା ବେଳେ କୋ-ଷ୍ଟାର ଭାବେ ହଲିଉଡରେ କାମ କରିଥିବା ଓଡ଼ିଆ ପୁଅ ପୀତବାସ ତି୍ରପାଠୀ ଓ ମନୋଜ ମିଶ୍ର ଅଭିନୟ କରିଛନ୍ତି । ଜୟଜିତ ନିଜର ପ୍ରଥମ ବଲିଉଡ ସିନେମାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସିଦ୍ଧାର୍ଥ ଟିଭି ବ୍ୟାନରରେ ନିର୍ମିତ ‘ବାପା ତମେ ଭାରି ଦୁଷ୍ଟ’ରେ ମୁଖ୍ୟ ନାୟକ ଭାବେ ଅଭିନୟ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ବିଦ୍ଧିଶା କ୍ରାପ୍ଟ ବ୍ୟାନରରେ ନିର୍ମିତ ‘କୁଇନ’ ସିନେମାରେ ବର୍ଷା ପି୍ରୟଦର୍ଶିନୀଙ୍କ ନାୟକ ଭାବେ ଅଭିନୟ କରିବାର ସୁଯୋଗ ପାଇଥିଲେ । ‘ଲୋକାଲ ଟୋକ ଲାଭ ଚୋଖା’ ରେ ନେଗେଟିଭ ଚରିତ୍ରରେ ଅଭିନୟ କରି କ୍ୟାରିଅର ଆରମ୍ଭ କରିଥିଲେ ଜୟଜିତ । ‘ମାନିନୀ’ ଧାରାବାହିକ ଦର୍ଶକଙ୍କ ନିକଟରେ ତାଙ୍କୁ ପରିଚିତ କରିଥିଲା ।
Comments ସମସ୍ତ ମତାମତ