ଭୁବନେଶ୍ୱର: ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ।
ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି। ମୋ ବାପା କଂଗ୍ରେସରେ ଥିଲେ। ମୋ ପରିବାର ହେଉଛି କଂଗ୍ରେସ। ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି। ମୁଁ ନିକଟରେ କଂଗ୍ରେସରେ ସାମିଲ ହେବା କଥା। ହେଲେ ଛତିଶଗଡ଼ ନିର୍ବାଚନ ପାଇଁ ପ୍ରୋଗାମକୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ମଧ୍ୟରେ ମୁଁ କଂଗ୍ରେସରେ ସାମିଲ ହେବି।
ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ।
ପୂର୍ବରୁ କଂଗ୍ରେସକୁ ବିରୋଧ କରୁଥିବା ବେଳେ ଏବେ କିପରି କଂଗ୍ରେସରେ ମିଶିବେ ପ୍ରଶ୍ନରେ ଜୟରାମ କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଥିଲି। ମୁଁ କୌଣସି ଦଳକୁ ବିରୋଧ କରୁ ନଥିଲି। ବିଜୁବାବୁଙ୍କ ଆଦର୍ଶକୁ ଦେଖି ରାଜନୀତିରେ ସାମିଲ ହୋଇଥିଲି। ମୁଁ କୌଣସି ଦଳ ଉପରେ ଭରସା କରୁ ନଥିଲି। ମୁଁ ନେତାଙ୍କ ଉପରେ ଭରସା କରୁଥିଲି।
ଏବେ ବିଜେଡିକୁ ହରାଇବା, ଓଡ଼ିଶାରେ ସରକାର ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜୟରାମ ପାଙ୍ଗୀ କହିଛନ୍ତି।
Comments ସମସ୍ତ ମତାମତ