ମୁଖ୍ୟ ଖବର
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ ଜୟନାରାୟଣ ମିଶ୍ର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତ୍ତି ଥିଲା, ରାଜନୈତିକ ସମାଧାନ ଆବଶ୍ୟକ । ନୀତିନ ଗଡକରୀ ସମାଧାନ ପାଇଁ ଡାକିଥିଲେ, ସମାଧାନ କଲେନି । ସେତେବେଳେ ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବ୍ୟୁନାଲ ଗଲେ ଜାଣିନି । ଟ୍ରିବ୍ୟୁନାଲକୁ ଯିବା ଦ୍ୱାରା ବିବାଦର ସମାଧାନର ପ୍ରକ୍ରିୟା ବିଳମ୍ବ ହୋଇଛି । ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଜୟନାରାୟଣ କହିଛନ୍ତି ଆମେ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିବୁ ସମାଧାନ ପାଇଁ । ଛତିଶଗଡ ଯେମିତି ବ୍ୟାରେଜ କରିଲା, ଓଡ଼ିଶା ସରକାର ସେମିତି କରିବାର ଥିଲା । ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା । ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ।
ସୂଚନା ମୁତାବକ, ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦ ଲାଗି ରହିଛି। ଯାହାକୁ ନେଇ ଅନେକ ସମୟରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏହା ସହିତ କିଛି ସମାଧାନର ରାସ୍ତା ମଧ୍ୟ ବାହାରିଥିଲା। ହେଲେ ଏହାର ସମାଧାନ ହୋଇପାରୁନି । ଏପିରିକି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହୋଇଥିଲା । ସେଠାରେ ଉଭୟ ରାଜ୍ୟ ଆପୋସ ସାମଧାନ କଥା ହୋଇଥିଲା । ଏବେ ରାଜ୍ୟ ସରକାର ବିବାଦର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରାଯାଇଛି । ବାକି ଆଉ ସାତ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି।
Comments ସମସ୍ତ ମତାମତ