Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ ନେତା ଏକ ହୋଇ ଆଗକୁ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଲେଣି :ଜୟଦେବ ଜେନା

    Share on :
    ajab-Image
    Date: Oct 7, 2024    Views: 3301

    ଭୁବନେଶ୍ୱର:   ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନକୁ ନେଇ ଆସିଥିବା ଏକଜିଟ ପୋଲକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଏକଜିଟ ପୋଲ ପୂର୍ବରୁ ମଧ୍ୟ ହରିୟାଣାରେ କଂଗ୍ରେସ ସପକ୍ଷରେ ଜନମତ ରହିଥିଲା । ୨ଟି ପର୍ୟ୍ୟାୟରେ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଭାରତବର୍ଷ ଯାତ୍ରା କରିଥିଲେ । କଂଗ୍ରେସ ଦଳ ଯେଉଁ ମଜବୁତ ସ୍ଥିତିକୁ ଫେରୁଛି ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଯାତ୍ରାର ବଡ ପ୍ରଭାବ । ହରିୟାଣାରେ ଏକାକୀ କଂଗ୍ରେସ ଦଳ ସରକାର କରିବ । ସେହିଭଳି ଭାବରେ ଜାମୁ ଏବଂ କାଶ୍ମୀରରେ ମଧ୍ୟ ଇଣ୍ଡିଆ ମେଣ୍ଟର ମିଳିତ ସରକାର ହେବ । ଆଗକୁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିବ । ଆମର ୬ ଥର ପରାଜୟ ହୋଇଛି । ଯେତିକି ଶିକ୍ଷା ପାଇବା କଥା ଆମେ ପଇସାରିଲୁଣି । ରାଜ୍ୟର ସମସ୍ତ କଂଗ୍ରେସ ନେତାଙ୍କର ଏବେ ମାନସିକ ଭାବରେ ପରିବର୍ତ୍ତନ ଘଟିଛି । ଯେଉଁଭଳି ବାହାର ରାଜ୍ୟରେ କଂଗ୍ରେସ ନେତା ଏକ ହୋଇ ଲଢେଇ କଲେ ଏବଂ ଏବେ ବିଜୟର ସ୍ୱାଦ ଚାଖିବାକୁ ଯାଉଛନ୍ତି । ସେହିଭଳି ରାଜ୍ୟରେ ମଧ୍ୟ ସମସ୍ତ କଂଗ୍ରେସ ନେତା ଏକ ହୋଇ ଆଗକୁ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଲେଣି । ଓଡିଶାକୁ ଏଆଇସିସି ଫୋକସରେ ରଖିଛି । ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ । ପିସିସି ରାଜ୍ୟ ଉନ୍ନତି ପାଇଁ କାଯ୍ୟକ୍ରମ କରିବ । ୫ଟି ରାଜ୍ୟରେ ବିଜେପିର ଯେଉଁଭଳି ସ୍ଥିତି ଆସୁଛି, ଏହା ବିଜେପି ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଦେଶରେ ବିଜେପି ଏକାକୀ ଭାବରେ ସରକାର କରିନାହିଁ । ଆଶାବାଡ଼ିରେ କେନ୍ଦ୍ର ସରକାର ଚାଲିଛି । ଯେତେବେଳେ ବିଜେପି ଉପରୁ ଅନ୍ୟ ସହଯୋଗୀ ଦଳର ବିଶ୍ୱାସ ଭାଙ୍ଗିଯିବ, ସେତେବେଳେ ସେମାନେ କଂଗ୍ରେସକୁ ସମର୍ଥନ କରିବେ । ରାଜନୀତିରେ କିଛି ଵି ହେଇପାରେ । ତେଣୁ ଆଗକୁ ମଧ୍ୟବର୍ତ୍ତୀ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook