Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମାନସିକ ଭାରସାମ୍ୟ ହରାଇଛନ୍ତି ରୋହିତ ପୂଜାରୀ:ଜୟନାରାୟଣ

    Share on :
    ajab-Image
    Date: Oct 10, 2024    Views: 2882

    ସମ୍ବଲପୁର:କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର ରଙ୍ଗମରା ତଥା କପିପେଷ୍ଟ ସରକାର। ଏ ପ୍ରସଙ୍ଗରେ ବୁଧବାର ଭାଜପା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ରୋହିତ ପରାଜିତ ହେବାପରେ ମାନସିକ ଭାରସାମ୍ୟ ହରାଇ ଏଭଳି ବୟାନ ଦେଇଛନ୍ତି। ଆଉ ବିଜେଡି ଏବେ ଆଇସିୟୁରେ ଶେଷନିଃଶ୍ୱାସ ନେଉଛି। ଆଗାମୀ କିଛିବର୍ଷରେ ଏହି ଦଳର କୌଣସି ଅସ୍ତିତ୍ୱ ରହିବ ନାହିଁ।
    ଭାଜପାକୁ ରଙ୍ଗମରା ତଥା କପିପେଷ୍ଟ ସରକାର କହିଥିବା ରୋହିତଙ୍କୁ କଡା ଜବାବ ଦେଇ ଜୟନାରାୟଣ କହିଛନ୍ତି, ବିଜେଡିର ଦଳୀୟ ରଙ୍ଗ ଓ ପାକିସ୍ତାନର ରଙ୍ଗ ସମାନ। ଏଣୁ ବିଭିନ୍ନ ସ୍କୁଲରେ ପୂର୍ବରୁ ଲଗା ଯାଇଥିବା ରଙ୍ଗକୁ ବଦଳାଇ ଏବେ ଜାତୀୟ ପତାକାର ରଙ୍ଗ ବୋଳା ଯାଇ ପିଲାଙ୍କ ଭିତରେ ଜାତୀୟତାବାଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ ଦିନରେ ରାଜନୀତିରେ ବିଚାର ଧାରାକୁ ନେଇ ଲଢେଇ ହେବାକୁ ଯାଉଛି। ତେଣୁ ଯେଉଁମାନେ ଅନ୍ୟ ଦଳରେ ଥାଇ ଭାଜପାର ବିଚାର ଧାରାକୁ ପସନ୍ଦ କରନ୍ତି ସେମାନେ ଶୀଘ୍ର ଭାଜପାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପରଠାରୁ ରୋହିତ ସାମାଜିକ ଗଣମାଧ୍ୟମରେ ଜୟନାରାୟଣଙ୍କୁ ବିଭିନ୍ନ କଥାରେ ଟାର୍ଗେଟ କରି ବିତର୍କ ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ସାମାଜିକ ଗଣମାଧ୍ୟରେ ଜୟନାରାୟଣ ସେତେଟା ସକ୍ରିୟ ନ ଥିବା ବେଳେ ଗଣମାଧ୍ୟମ ଆଗରେ କିନ୍ତୁ ରୋହିତଙ୍କୁ କଟାକ୍ଷ କରିବାକୁ ପଛାଉନାହାନ୍ତି। ‘ଅନ୍ୟପକ୍ଷରେ ସମଲେଇ ପ୍ରକଳ୍ପରେ ବିଜେଡି ସରକାର ଯେତିକି କରିଛି ଭାଜପା ସରକାର ସେଥିରେ ଆହୁରି ଅନେକ କିଛି ବିକଶିତ କରିବାର ଯୋଜନା ରଖିଛି ବୋଲି ଜୟନାରାୟଣ କହିଛନ୍ତି’।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook