Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସର୍ବାଧିକ ‌ରେଟିଂ ପଏଣ୍ଟ୍ ପାଇଲେ ଯଶପ୍ରୀତ ବୁମ୍‌ରା

    Share on :
    ajab-Image
    Date: Jan 9, 2025    Views: 2801

    ଦୁବାଇ : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇତିହାସ ରଚିଛନ୍ତି। ସେ ଭାରତୀୟ ବୋଲର ଭାବେ ସର୍ବାଧିକ ଆଇସିସି ରେଟିଂ ପଏଣ୍ଟ୍‌ ପାଇବାର ଗୌରବ ପାଇଛନ୍ତି। ବୁଧବାର ପ୍ରକାଶିତ ଆଇସିସି ମାନ୍ୟତାରେ ବୁମ୍‌ରା (୯୦୮) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବରୁ ସର୍ବାଧିକ ଆଇସିସି ରେଟିଂ ପଏଣ୍ଟ୍‌ ପାଇବାରେ ରବିଚନ୍ଦ୍ରନ ଅଶ୍ବିନ (୯୦୭)ଙ୍କ ସହ ବୁମ୍‌ରା ସମକକ୍ଷ ଥିଲେ। ସିଡ୍‌ନି ଟେଷ୍ଟ୍‌ରେ ସେ ୨ ୱିକେଟ୍‌ ନେବାରୁ ତାଙ୍କ ପଏଣ୍ଟ୍‌ ସଂଖ୍ୟା ୯୦୮ରେ ପହଞ୍ଚିବା ସହ ଅଶ୍ବିନଙ୍କୁ ଟପିଥିଲେ।

     ବୁମ୍‌ରାଙ୍କ ସହ ଦ୍ବିତୀୟ ଭାରତୀୟ ଭାବେ ରବୀନ୍ଦ୍ର ଜାଡ଼େଜା (ନବମ) ଶୀର୍ଷ ୧୦ରେ ରହିଛନ୍ତି। ସିଡ୍‌ନି ଟେଷ୍ଟ୍‌ରେ ୧୦ ୱିକେଟ୍‌ ନେଇଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ‌ସ୍କଟ୍‌ ବୋଲାଣ୍ଡ ୨୯ ସ୍ଥାନ ଉଠି ଜାଡ଼େଜାଙ୍କ ସହ ଯୁଗ୍ମ ନବମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପାଟ୍‌ କମିନ୍ସ ଦ୍ବିତୀୟକୁ ଏବଂ ଦକ୍ଷିଣ ଆଫ୍ରିକାର କାଗିସୋ ରବଡ଼ା ତୃତୀୟକୁ ଉଠିଛନ୍ତି। ଆହତ ଜୋସ୍‌ ହାଜେଲ୍‌ଉଡ୍‌ ଦୁଇଟି ସ୍ଥାନ ଖସି ଚତୁର୍ଥରେ ପହଞ୍ଚିଛନ୍ତି। 

     

    Maximum 500 characters

    ଖେଳ ଖବର View all

    Find Us on Facebook