Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    Share on :
    ajab-Image
    Date: Sep 3, 2026    Views: 3265

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ।

    ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌ (ପୂର୍ବତନ ଜିଲ୍ଲାପାଳ, ଢେଙ୍କାନାଳ), ସୂର୍ଯ୍ୟନାରାୟଣ ଦାସ, ଅବସରପ୍ରାପ୍ତ (ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର୍‌.ଡି.ଏ., ଢେଙ୍କାନାଳ), ସତ୍ୟାନନ୍ଦ ବଳସାମନ୍ତ (ତତ୍କାଳୀନ ପରିବହନ ଠିକାଦାର)ମାନ୍ୟବର ଅଦାଲତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଆଦେଶ ଦେଇଛନ୍ତି।

    ମାମଲାର ପୃଷ୍ଠଭୂମି:
    ୨୦୦୧-୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ସମୟରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ମିଶି ସରକାରୀ ପାଣ୍ଠିରୁ ପ୍ରାୟ ୯ ଲକ୍ଷ ଟଙ୍କା ଆତ୍ମସାତ୍‌ କରିବା ସହ ରାଜକୋଷକୁ ଅପୂରଣୀୟ କ୍ଷତି ପହଞ୍ଚାଇଥିଲେ। ଶ୍ରମଭିତ୍ତିକ କାର୍ଯ୍ୟକ୍ରମ (Labour Intensive Work) ଅଧୀନରେ ଢେଙ୍କାନାଳ ଏଫ୍‌.ସି.ଆଇ. ଗୋଦାମରୁ ବିଭିନ୍ନ ବ୍ଲକ୍‌ ଓ ପଞ୍ଚାୟତ ସଦର ମହକୁମାକୁ ଚାଉଳ ଏବଂ ଗହମ ପରିବହନ ପାଇଁ ଓଡ଼ିଶା ସିଭିଲ୍‌ ସପ୍ଲାଇ କୋର୍ପୋରେସନ୍‌ ଦ୍ୱାରା ନିର୍ଦ୍ଧାରିତ ଦରକୁ ଏହି ଦୁଇ ଅଫିସର ଗ୍ରହଣ କରିନଥିଲେ।

    ସରକାରୀ ନିୟମକୁ ବାଲାପ୍ରତିପନ୍ନ କରି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସଙ୍କ ସୁପାରିଶକ୍ରମେ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କ ଦ୍ୱାରା ଦିଆଯାଇଥିବା ହାତଗଢ଼ା କୋଟେସନ୍‌ (Hand Quotation) ଆଧାରରେ ଜିଲ୍ଲାପାଳ ଅତ୍ୟଧିକ ଦରକୁ ମଞ୍ଜୁର କରିଥିଲେ ଏବଂ ଉକ୍ତ ଠିକାଦାରଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିଲା।

    ଏହି ଦୁର୍ନୀତି ନେଇ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ୍‌, ୧୯୮୮ର ୧୩(୨) r/w ୧୩(୧)(d) ଏବଂ ଆଇ.ପି.ସି.ର ୪୬୮, ୪୭୧, ୪୨୦ ଓ ୧୨୦-ବି ଧାରାରେ ଚାର୍ଜସିଟ୍‌ ଦାଖଲ କରିଥିଲା।

    ପେନ୍‌ସନ୍‌ ବନ୍ଦ ପାଇଁ ପଦକ୍ଷେପ:
    ଅଦାଲତଙ୍କ ଦଣ୍ଡାଦେଶ ପରେ, ଦୋଷୀ ସାବ୍ୟସ୍ତ ହୋଇଥିବା ଅବସରପ୍ରାପ୍ତ ଆଇ.ଏ.ଏସ୍‌ ନିତ୍ୟାନନ୍ଦ ମହାନ୍ତି ଏବଂ ଡି.ଆର୍‌.ଡି.ଏ.ର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସଙ୍କ ପେନ୍‌ସନ୍‌ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ।

    Maximum 500 characters

    ତାଜା ଖବର View all

    Find Us on Facebook