ମୁଖ୍ୟ ଖବର
ଭୁବନେଶ୍ୱର: ଭାବିପତ୍ନୀଙ୍କୁ ହାର ଦେବା ପାଇଁ ଲୁଟେରା ସାଜିଲା ଭାବିସ୍ୱାମୀ। ଯୁବତୀଙ୍କଠୁ ଲୁଟିନେଲା ଫୋନ। ସିସିଟିଭି ଫୁଟେଜ ଆଧାରରେ ଧରାପଡ଼ି ଜେଲ୍ ଗଲା ଯୁବକ। ତେବେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି।
ୟୁନିଟ୍-୬ରେ ରହୁଥିବା ନୟାଗଡ଼ ଓଡ଼ଗାଁର ରାକେଶ ନାୟକ ଓରଫ ରଥି ଓ ତା'ର ସହଯୋଗୀ ଦେବବ୍ରତ ବରାଳକୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ହୋଇଥିବା ମୋବାଇଲ ଜବତହୋଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ରାକେଶ ନାୟକଙ୍କ ବାହାଘର ଠିକ୍ ହୋଇଥିଲା। ସେ ଭାବି ପତ୍ନୀଙ୍କୁ ଉପହାର ଦେବା ପାଇଁ ଚାହିଁଥିଲେ।
କିନ୍ତୁ ପାଖରେ ଟଙ୍କା ନଥିବାରୁ ନିଜ ସାଙ୍ଗ ସହ ମିଶି ଏକ ବାଇକରେ ଆସି ଯୁବତୀଙ୍କଠୁ ନାଗେଶ୍ୱର ଟାଙ୍ଗୀ ରାଧାବଲ୍ଲଭ ମଠ ନିକଟରୁ ମୋବାଇଲ ଝାମ୍ପି ନେଇ ପଳାଇଥିଲେ। ଲୁଟ ନେଇ ଯୁବତୀ ଜଣକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଲୁଟ୍ ହୋଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ନେଇ ପୁଲିସ ଯଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିଥିଲା। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Comments ସମସ୍ତ ମତାମତ