ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ ଜାରି ରହିଛି । ଚତୁର୍ଥ ଦିନରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁର ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍ର ରେଡ୍ ଚାଲିଛି।
ବ୍ରଜଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ ଚାଲିଛି। ସେ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢଉ କରାଯାଇଛି। ଆୟକର ଟିମ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତଥିଲେ। ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ। ଏମିତିକି ସମ୍ବଲପୁରସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ ହୋଇଛିି। ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ।୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରିଥିଲେ। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି।
Comments ସମସ୍ତ ମତାମତ