Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍ : ଆଜି କଲକାତା-ହାଇଦ୍ରାବାଦ ଟକ୍କର

    Share on :
    ajab-Image
    Date: Apr 3, 2025    Views: 2836

    କଲକାତା: ଆଇପିଏଲରେ ଆଜି ୧୫ଶ ମ୍ୟାଚ୍‌ ଘରୋଇ କଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। କଲକାତା ନାଇଟ୍‌ ରାଇଡର୍ସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ପରାଜିତ ହୋଇଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟରେ ପରାସ୍ତ କରିଥିଲା। ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା।

    ଅନ୍ୟପକ୍ଷରେ ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୪୪ ରନରେ ପରାସ୍ତ କରି ଭଲ ଆରମ୍ଭ କରିଥିଲା। କିନ୍ତୁ ଉକ୍ତ ପ୍ରଦର୍ଶନକୁ ଦଳ ବଜାୟ ରଖିପାରିନାହିଁ। ଦଳ ଶେଷ ଦୁଇ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ନିକଟରୁ ୫ ୱିକେଟରେ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୭ ୱିକେଟ​‌େ​‌ର ପରାଜିତ ହୋଇଛି। ଦଳ ନିକଟରେ ଈଶାନ କିଷନ, ଅଭିଷେକ ଶର୍ମା, ଟ୍ରେଭିସ ହେଡ୍‌, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡିଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। କିନ୍ତୁ ଦଳ ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ କରୁଛି। ଦିଲ୍ଲୀ ବିପକ୍ଷ ମ୍ୟାଚରେ ଅନିକେତ ବର୍ମା ୭୪ରନର ଇନିଂସ ଖେଳିଥିଲେ। ଉକ୍ତ ପ୍ରଦର୍ଶନ ଦଳର ସମ୍ମାନ ରକ୍ଷା କରିଥିଲା। ଶକ୍ତିଶାଳୀ ବ୍ୟାଟିଂ ଲାଇନ ପାଇଁ ପରିଚିତ ସନରାଇଜର୍ସକୁ ବ୍ୟାଟିଂ କ୍ଷେତ୍ରରେ ସ୍ଥିର ପ୍ରଦର୍ଶନ କରିବାକୁ ପଡ଼ିବ। ବୋଲିଂରେ ମଧ୍ୟ ଦଳର ପ୍ରଦର୍ଶନ ସେଭଳି ଭଲ ନାହିଁ। ୩ଟି ଯାକ ମ୍ୟାଚରେ ବୋଲରମାନେ ୧୨ଟି ୱିକଟ ନେଇଛନ୍ତି। ଦଳରେ ମହମ୍ମଦ ସାମି, ପ୍ୟାଟ୍‌ କମିନ୍‌ସ, ହର୍ଷ ଲ ପଟେଲ ଓ ୱିୟାନ ମୁଲଡରଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ନାଇଟ୍‌ ରାଇଡର୍ସ ୪ଟି ଓ ସନରାଇଜର୍ସ ହାଇଦରାବାଦ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook