Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

    Share on :
    ajab-Image
    Date: Mar 24, 2025    Views: 3288

    ନୂଆଦିଲ୍ଲୀ:  ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍‌ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୪୪ ରନରେ ଜିତି ନେଇଛି।

    ଇଶାନ କିଶନଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ଦ୍ୱାରା ପ୍ରଦତ୍ତ ୨୮୭ ରନର ଟାର୍ଗେଟ ଆଗରେ ରାଜସ୍ଥାନ ୬ ଉଇକେଟ୍‌ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ଶତକ ହାସଲ କରିଥିବା କିଶନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

    ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୮୬ ରନ କରିଥିଲା। ଆଇପିଏଲ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଦଳ ପକ୍ଷରୁ ଇଶାନ ୪୭ ବଲରେ ୧୦୬ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ। ତାଙ୍କ ପାଳିରେ ୧୧ ଚୌକା ଓ ୬ ଛକା ସାମିଲ ଥିଲା। ତାଙ୍କୁ ଟ୍ରାଭିସ ହେଡ୍‌ ୩୧ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ଉପଯୁକ୍ତ ସମର୍ଥନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନରିଚ କ୍ଲାସେନ ୩୪, ନୀତିଶ ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ। ରାଜସ୍ଥାନ ଲାଗି ତୁଷାର ଦେଶପାଣ୍ଡେ ୩ଟି, ମହେଶ ଥିକସାନା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

    ଜବାବରେ ରାଜସ୍ଥାନ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଯଶସ୍ବୀ ଜୟସ୍ବାଲ, ଅଧିନାୟକ ରିୟାନ ପରାଗ ଓ ନୀତିଶ ରେଡ୍ଡୀଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ଚତୁର୍ଥ ଉଇକେଟରେ ୫୯ ବଲରେ ୧୧୧ ରନ ଯୋଡ଼ି ଥିଲେ। ସାମସନ ୩୭ ବଲରେ ୭ ଚୌକା ଓ ୪ ଛକା ସହିତ ୬୬ ଏବଂ ଜୁରେଲ ୩୫ ବଲରେ ୫ ଚୌକା ଓ ୬ ଛକା ସହିତ ୭୦ ରନ କରି ଆଉଟ ହୋଇଥିଲେ। ଇନିଂସ ଶେଷ ଆଡ଼କୁ ଶିମରନ ହେଟମାୟର ୨୩ ବଲରେ ୧ ଚୌକା ଓ ୪ ଛକା ସହିତ ୪୨ ଓ ଶୁଭମ ଦୁବେ ୧୧ ବଲରେ ୧ ଚୌକା ଓ ୪ ଛକା ସହିତ ୩୪ ରନ କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଏସ୍‌ଆର୍‌ଏଚ୍‌ ପକ୍ଷରୁ ହର୍ଶଲ ପଟେଲ ଓ ସିମରଜିତ ସିଂ ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook