ମୁଖ୍ୟ ଖବର
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ ତମ ସଂସ୍କରଣର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ବିଶାଖାପାଟଣା ଏସିଏ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ ମନିଟରେ ମ୍ୟାଚ ଖେଳାଯିବ । ଚଳିତ ଥର ଦୁଇ ଦଳରେ ନୂଆ ଅଧିନାୟକ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ରହିଥିବା ବେଳେ ଏଲଏସଜିର ଅଧିନାୟକ ରହିଛନ୍ତି ଋଷଭ ପନ୍ତ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି ।
ଉଭୟ ଦଳ ଗତ ସିଜିନରେ ଏତେଟା ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଦୁଇ ଦଳ ପ୍ଲେ ଅଫକୁ ଯାଇପାରିନଥିଲା । ଚଳିତ ଥର ଦଳର ଅଧିନାୟକଙ୍କୁ ପରବର୍ତ୍ତନ କରାଯାଇ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଫ୍ରାଞ୍ଜାଇଜ । ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ପନ୍ତ । ଲକ୍ଷ୍ନୌ ତାଙ୍କୁ ୨୭ କୋଟି ଟଙ୍କାରେ କିଣି ଅଧିନାୟକ ଦାୟିତ୍ବ ଦେଇଛି । ଦଳରେ ବ୍ୟାଟିଂ ଭାର ସମ୍ଭାଳିବାକୁ ରହିଛନ୍ତି ଏଡେନ ମାର୍କ୍ରମ, ନିକୋଲାସ ପୋରାନ ଏବଂ ଡେଭିଡ ମିଲର । ସେହିପରି ବୋଲିଂରେ ରହିଛନ୍ତି ମୟଙ୍କ ଯାଦବ ଓ ସାର୍ଦ୍ଦୁଲ ଠାକୁର । ମହସିନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସାର୍ଦ୍ଦୁଲଙ୍କୁ ଦଳରେ ସ୍ଥାନ ମିଳିଛି ।ସେହିପରି ଦିଲ୍ଲୀ କ୍ୟାପିଟାଲ୍ସରେ ବ୍ୟାଟିଂରେ ରହିଛନ୍ତି କେଏଲ ରାହୁଲ. ଡୁ ପ୍ଲେସିସ, ଜାକ ଫ୍ରେଜର-ମ୍ୟାକଗର୍କ । ସେହିପରି ବୋଲିଂରେ ମିଚେଲ ଷ୍ଟାର୍କ, ମୋହିତ ଶର୍ମା, ଟି ନଟରାଜନ ଏବଂ କୁଳଦୀପ ରହିଛନ୍ତି ।
Comments ସମସ୍ତ ମତାମତ