Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଶା ଓ ଦୂଷିତ ବାୟୁରୁ ମୁକ୍ତି ଚାହୁଁଛନ୍ତି କି ? ଘରେ ଲଗାନ୍ତୁ ଏହି ସବୁ ଇନଡୋର ପ୍ଲାଣ୍ଟ

    Share on :
    ajab-Image
    Date: Jan 12, 2026    Views: 2413

    ମଶା ଓ ଦୂଷିତ ବାୟୁ ଏବେ ସବୁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଯେତେ ଯାହା କଲେ ମଧ୍ୟ ମଶା ଦାଉରୁ ରକ୍ଷା ମିଳିବା କଷ୍ଟକର ହୋଇପଡୁଛି । ସେହିଭଳି ସହରାଂଚଳରେ ଦୂଷିତ ବାୟୁ ମୁଖ୍ୟ ସମସ୍ୟା ହେଲାଣି । ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କୁ ଜଣା ଅଛି । ମଶା ଓ ଦୂଷିତ ବାୟୁରୁ ରକ୍ଷା ପାଇବା ପାଇଁ କେତେକ ସହଜ ଉପାୟ ଅଛି । ଶେଷ ପର୍ୟ୍ୟନ୍ତ ପଢିଲେ ଆପଣ ଅନୁତାପ କରିବେ ଯେ, କାହିଁକି ଆଗରୁ ଆପଣଙ୍କୁ କିଏ ଏହା କହିନଥିଲା । ଆଗରୁ ଏହା ଜାଣିଥିଲେ ମଶା ଦାଉରେ ଆପଣଙ୍କୁ ଏତେ ଦିନ ଧରି ହନ୍ତସନ୍ତ ହେବାକୁ ପଡିନଥାନ୍ତା କି ପ୍ରତିଦିନ ଆପଣ ଦୂଷିତ ବାୟୁ ସେବନ କରି ସ୍ବାସ୍ଥ୍ୟ ପାଇଁ ବିପଦ ଡାକି ଆଣୁନଥାନ୍ତେ ।

    ଗଛଲତା ଆମ ପାଇଁ କେତେ ଆବଶ୍ୟକ ତାହା କହିବା ଆବଶ୍ୟକତା ନାହିଁ  । ତେବେ ଏହା ଯେ, କେବଳ ଜଂଗଲରେ କି ରାସ୍ତାଘାଟ କଡରେ ବା ବଗିଚାରେ ଆବଶ୍ୟକ ସେମିତି ଭାବିବା ଭୂଲ । ଆପଣଙ୍କ ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି ।  ତେବେ ଆପଣଙ୍କ ଘର ପାଇଁ କେଉଁ ଗଛଲତା କେତେ ଆବଶ୍ୟକ ତାହା ନିଶ୍ଚୟ ଜାଣିବା ଦରକାର। ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ , ଏଥିପାଇଁ ସ୍ଥାନ ନାହିଁ  ଏବଂ ସମୟ ନାହିଁ ବୋଲି କହି ଗଛଲତା ଲଗାନ୍ତି ନାହିଁ। କିନ୍ତୁ ଏପରି କେତେକ ଗଛ ରହିଛି ଯାହାର ଯତ୍ନ ନେବାର ଆବଶ୍ୟକତା ପଡ଼େ ନାହିଁ ଏବଂ ଏହା କମ୍ ସ୍ଥାନରେ ମଧ୍ୟ ବଢିପାରନ୍ତି । ଅପରପକ୍ଷରେ ଏହା ଆମର ଅନେକ କାମରେ ଆସିଥାଏ। ବିଶେଷ କରି ଘରେ ମଶା ଦାଉରୁ ଏହି ସବୁ ଗଛ ରକ୍ଷା କରିବା ସହ ଦୂଷିତ ପବନକୁ ମଧ୍ୟ ଶୁଦ୍ଧ କରିଦେଇଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଗଛ ସମ୍ପର୍କରେ ।

    ୧.ସିଟ୍ରୋନେଲା ଗ୍ରାସ୍ /ଲେମନ ଗ୍ରାସ୍: ଏହି ଘାସର ସୁଗନ୍ଧ ଯୋଗୁଁ ଏହା ବେଶ ଆଦୃତ । ଏହି ଗଛ  ଆରାମରେ ୩ଫୁଟ ପର୍ୟ୍ୟନ୍ତ ବଢ଼ିଥାଏ। ଛୋଟ କୁଣ୍ଡରେ ଲଗାଇ ହେବ । ଏହା ବେଶି ବଡ଼ ହୋଇନଥାଏ। ଏହା ଲେମ୍ବୁଭଳି ବାସିଥାଏ ଏବଂ ଏହା ଏତେ ଲାଭଦାୟକ ହୋଇଥାଏ ଯେ ମଶା,ମାଛି ଏବଂ ଅନ୍ୟ ପୋକମାନେ ମଧ୍ୟ ଘରକୁ ଆସିନଥାନ୍ତି। ଏହାର ଏସେନ୍ସକୁ ମଧ୍ୟ ମଶାପ୍ରତିରୋଧକାରୀ କଏଲରେ ଦିଆଯାଇଥାଏ।

    ୨.ତୁଳସୀ: ତୁଳସୀ ଗଛ ତ ସମସ୍ତଙ୍କ ଅଗଣାରେ ଦେଖିବାକୁ ମିଳେ କିନ୍ତୁ ତୁଳସୀ ଗଛକୁ ବାହାରେ ଲଗାଇବା ସହ ଘରେ ଲଗାଇଲେ ମଧ୍ୟ ସୁଫଳ ମିଳିଥାଏ। ଏହାକୁ ଯେକୈାଣସି ଘରର ଝରକା ପାଖରେ କୁଣ୍ଡରେ ଲଗାଇପାରିବେ। ଏହା ବିଭିନ୍ନ ପ୍ରକାରର ଥାଏ ଯେପରିକି କଳା ତୁଳସୀ,ସବୁଜ ତୁଳସୀ,ନାଲି ତୁଳସୀ । ଘର ଭିତରେ ତୁଳସୀ ଗଛ ରଖିଲେ ଘରକୁ ମଶା ଆସିନଥାଏ ।

    ୩.ସୁବାସିତ ପତ୍ରଯୁକ୍ତ ଗୁଳ୍ମ(ରୋଜମ୍ୟାରି): ଏହା ଏକ ଲାଭଦାୟକ ଗଛ । ଏହାକୁ ଘରେ ଲଗାଇଲେ ଘରେ ମଶା ପଶିପାରିବେ ନାହିଁ। ଏହାର ଚେରକୁ ମଝିରେ ମଝିରେ କାଟିବା ଦରକାର। ନହେଲେ ଏହା ବେଶୀ ବଡ଼ ହୋଇଯିବ। ଏହା ଯେକୈାଣସି ନର୍ସରୀରେ ଉପଲବ୍ଧ।

    ୪.ଗେଣ୍ଡୁ: ଗେଣ୍ଡୁ ଫୁଲର ବାସ୍ନାରେ ମଶା ଘରେ ପଶିପାରନ୍ତି ନାହିଁ ଏବଂ ଅନ୍ୟ ପୋକମାନେ ମଧ୍ୟ ଆସିନଥାନ୍ତି। ଏହାକୁ ଘର ଭିତରେ ଛୋଟ କୁଣ୍ଡରେ ମଧ୍ୟ ଲଗାଯାଇପାରିବ।

    ୫.ଲାଭେଣ୍ଡର: ଲାଭେଣ୍ଡର ଫୁଲର ବାସ୍ନାରେ ଅତର ପ୍ରସ୍ତୁତ ହୋଇଥାଏ। ଏହା ମଣିଷଙ୍କ ପାଇଁ ଯେତେ ଲାଭଦାୟକ ହୋଇଥାଏ ମଶାମାନଙ୍କ ପାଇଁ ସେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

     ୬.ଘିଁକୁଆରୀ: ଘିଁକୁଆରୀ ଗଛ ସମସ୍ତଙ୍କ ଘର ବଗିଚାରେ ଦେଖିବାକୁ ମିଳିଥାଏ। ଏହାର ଉପସ୍ଥିତିରେ ଦୂଷିତ ବାୟୁ ବେନୋଜିନ ଏବଂ ଫର୍ମାଲଡିହାଇଡ ସଫା ହୋଇଥାଏ। ଏହାକୁ ଘରେ ଝରକା ପାଖରେ ଲଗାନ୍ତୁ କାରଣ ଏହା ସୂର୍ୟ୍ୟକିରଣ ଆବଶ୍ୟକ କରିଥାଏ।

    ୭.ବାଉଁଶ ଗଛ: ସମସ୍ତେ ପ୍ରାୟ ଏହାକୁ ଘର ସଜାଇବା ପାଇଁ ରଖିଥାନ୍ତି କିନ୍ତୁ ଏହା ଅତ୍ୟନ୍ତ କାମ ଦେଇଥାଏ। ଏହା ମଧ୍ୟ ବେନୋଜିନ୍ ଏବଂ ଫର୍ମାଲଡିହାଇଡ ଭଳି ପ୍ରଦୂଷଣକୁ ଘରୁ ହଟାଇଥାଏ। ଏହା ଅତ୍ୟନ୍ତ ଉତ୍କୃଷ୍ଟ ଆଭ୍ୟନ୍ତରୀଣ ବୃକ୍ଷ କାରଣ ଏହା ନା ଖରା ଆବଶ୍ୟକ କରିଥାଏ ନା ପାଣି।

    ୮.ନାଗଫେଣୀ ଗଛ: ଏହି ଗଛର ନାଁ ଏହାର ପତ୍ର ପାଇଁ ଏଭଳି ହୋଇଛି। ଏହା ଅନେକ ପ୍ରକାରର ହୋଇଥାଏ। ଏହା ମଧ୍ୟ ଦୂଷିତ ବାୟୁକୁ ରୋକିଥାଏ।

    ୯.ସ୍ପାଇଡର ପ୍ଲାଣ୍ଟ: ଏହା ସବୁ ନର୍ସରୀରେ ମିଳିନଥାଏ କିନ୍ତୁ ଏହା ସବୁଠୁ ବେଶୀ ଲାଭଦାୟକ। ଏହା ବାୟୁକୁ ଶୁଦ୍ଧ କରିବା ସହ ଖୁବ୍ ଶୀଘ୍ର ବଢ଼ିଥାଏ। ଏହାକୁ ଲଗାଇବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼େନାହିଁ ।

    ୧୦.ମନି ପ୍ଲାଣ୍ଟ: ସବୁଠୁ ସହଜରେ ମିଳୁଥିବା ମନିପ୍ଲାଣ୍ଟ କୁଣ୍ଡରେ ଲଗାଇଲେ ମଧ୍ୟ ଆରାମରେ ବଢ଼ିଥାଏ। ଏହା ମଧ୍ୟ ବାୟୁକୁ ଶୁଦ୍ଧ କରିଥାଏ।

    Maximum 500 characters

    ବିଶେଷ View all

    Find Us on Facebook