ମୁଖ୍ୟ ଖବର
ନୂଆଦିଲ୍ଲୀ: ଅହମ୍ମଦାବାଦ ଟେଷ୍ଟରେ ଭାରତର ବଡ଼ ବିଜୟ । ମାତ୍ର ଅଢେ଼ଇ ଦିନରେ ଅହମ୍ମଦାବାଦ ଟେଷ୍ଟ ଶେଷ ହୋଇଛି । ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ଇନିଂସ ଓ ୧୪୦ରେ ଭାରତ ହରାଇଛି । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ମାତ୍ର ୧୪୬ ରନରେ ଅଲଆଉଟ ହୋଇଯାଇଛି । ଏହି ଟେଷ୍ଟ ମ୍ୟାଚରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚମକ୍ରାର ପ୍ରଦର୍ଶନ କରିଛନ୍ତି । ବ୍ୟାଟିଂ ପରେ ବଲିଂରେ ବି ସେ କମାଲ ଦେଖାଇଛନ୍ତି । ଶତକ ହାସଲ କରିବା ପରେ ଜାଡେଜା ବଲିଂ କରି ୪ଟି ୱିକେଟ ନେଇଛନ୍ତି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।
ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ୧୬୨ ରନରେ ଅଲଆଉଟ୍ କରିଦେଇଥିଲା। ଏହା ପରେ, ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା।କେଏଲ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନ ଶେଷରେ, ଟିମ୍ ଇଣ୍ଡିଆର ସ୍କୋର ୫ ୱିକେଟ ହରାଇ ୪୪୮ କରିଥିଲା।ତୃତୀୟ ଦିନର ଆରମ୍ଭରେ, ଭାରତ ୨୮୬ ରନର ଅଗ୍ରଣୀ ହାସଲ କରି ହଠାତ୍ ଇନିଂସ ଘୋଷଣା କରିଥିଲା।
Comments ସମସ୍ତ ମତାମତ