Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ୍

    Share on :
    ajab-Image
    Date: Jul 27, 2024    Views: 3053

    ନୂଆଦିଲ୍ଲୀ:  ଆଜିଠୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ୍।  ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି- ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ୩ଟି ଯାକ ଟି- ଟ୍ୱେଣ୍ଟି ପାଇଁ ପଲ୍ଲେକେଲରେ ମୁହାଁମୁହିଁ ହେବେ ଉଭୟ ଦଳ। ସେପଟେ ଶ୍ରୀଲଙ୍କା ଟିମର କପ୍ତାନୀ ମଧ୍ୟ ନୂଆ ହାତରେ ରହିଛି। ଟି- ଟ୍ୱେଣ୍ଟି ଟିମ୍‌ର କପ୍ତାନ ହେବେ ଚରିଥ ଅସଲଙ୍କା।
    ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ୩ଟି ଟି- ଟ୍ୱେଣ୍ଟି ପରେ, ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି  ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଉଭୟ ଟି-୨୦ ଓ ୱାନ୍ ଡେ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଉପଅଧିନାୟକ।ଆଇପିଏଲ୍‌ରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ୱବିଜେତା ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦୃଢ଼ ଦଳ ଗଠନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅବସର ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱ ସ୍ଥାନ ନେବା ସୂର୍ୟ୍ୟଙ୍କ ପାଇଁ ଆହ୍ୱାନ ରହିଛି। ‌

    କାରଣ ବିଶ୍ୱକପ୍‌ରେ ଉପଅଧିନାୟକ ଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ୟ୍ୟଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ଉପଅଧିନାୟକ ଦାୟିତ୍ୱରେ ଶୁବମନ ଗିଲ୍‌ ରହିଛନ୍ତି। ଗିଲ୍‌ଙ୍କ ନେତୃତ୍ୱରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାୱେ ବିପକ୍ଷ ଟ୍ୱେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook