Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ବାଦ ପଡ଼ିଲେ ଋଷଭ ପନ୍ତ

    Share on :
    ajab-Image
    Date: Jan 11, 2026    Views: 2808

    ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ଗୁଜରାଟର ବଡ଼ୋଦରାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ ମେନ୍ ଇନ ବ୍ଲୁ ଓ ଟିମ୍ ବ୍ଲାକ କ୍ୟାପ୍। ଶୁବମନ୍ ଗିଲଙ୍କ ନେତୃତ୍ବରେ ଘରୋଇ ପରିବେଶରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ। 

    ଆଜିର ମ୍ୟାଚରେ କ୍ୟାପଟେନ୍ ଗିଲ୍, ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। ସେହିପରି ବହୁ ଦିନ ପରେ ଦଳକୁ ଶ୍ରେୟସ ଆୟାର କମବ୍ୟାକ୍ କରୁଥିବାରୁ ତାଙ୍କୁ ନେଇ ବି କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି। ରେକର୍ଡ କହୁଛି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। 
    ଉଭୟ ଦଳ ଦିନିକିଆରେ ୧୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬୨ ଓ ଟିମ୍ ବ୍ଲାକ୍ କ୍ୟାପ୍ ଜିତିଛି ୫୦। ସେହିପରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁବେଳେ ଭାରୀ ପଡ଼ିଛି ଟିମ୍ ଇଣ୍ଡିଆ। ହୋମ୍ କଣ୍ଟ୍ରିରେ ଭାରତ ୩୧ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୮ଟି ହାରିଛି। କିନ୍ତୁ ଟକ୍କର ଜୋରଦାର ହୋଇପାରେ। 
    ମାଇକେଲ୍ ବ୍ରେସୱେଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ କିୱି ବାହିନୀ। ସ୍କ୍ବାଡରେ ଅନୁଭବୀଙ୍କ ସମେତ ଯୁବ ଚେହେରା ଅଛନ୍ତି। ଯେଉଁମାନେ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଅକଳରେ ବି ପକାଇପାରନ୍ତି। ଏହାପରେ ରାଜକୋଟରେ ଦ୍ବିତୀୟ ଓ ତୃତୀୟ ତଥା ଶେଷ ୱାନ୍ ଡେ ଇନ୍ଦୋରରେ ଖେଳାଯିବ। 

    ଅନ୍ୟପଟେ ଅଭ୍ୟାସ ବେଳେ ଆହତ ଯୋଗୁଁ ଏହି ସିରିଜରୁ ବାଦ ପଡ଼ିଛନ୍ତି ୱିକେଟ୍ କିପର-ବ୍ୟାଟର୍ ଋଷଭ ପନ୍ତ।

    Maximum 500 characters

    ଖେଳ ଖବର View all

    Find Us on Facebook