ମୁଖ୍ୟ ଖବର
ଭଦୋଦରା: ଗୁଜରାଟର ଭଦୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ବିଜୟ ସହ ଭାରତ ନୂଆ ବର୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ। ଏହି ମ୍ୟାଚରେ ଭାରତର ଦୁଇ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ। ଏହି ସିରିଜରେ କୋହଲି ୨ଟି ଶତକ ଅର୍ଜନ କରିଥିବାବେଳେ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେହିପରି ରୋହିତ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଖରାପ ଫର୍ମ କାରଣରୁ ଟି-୨୦ ଟିମରୁ ବାଦ ପଡ଼ିଥିବା ଶୁବମନ ଗିଲଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ। ସେ ଏକ ଭଲ ଇନିଂସ ଖେଳି ଫର୍ମକୁ ଫେରିବାକୁ ଚେଷ୍ଟା କରିବେ।
Comments ସମସ୍ତ ମତାମତ