Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୩ୟ ଟେଷ୍ଟ ହାରିଲା ଟିମ ଇଣ୍ଡିଆ

    Share on :
    ajab-Image
    Date: Nov 4, 2024    Views: 3177

    ନୂଆଦିଲ୍ଲୀ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଭ୍ରମଣକାରୀ ଦଳ ୨୫ ରନରେ ଭାରତକୁ ହରାଇ ୩-୦ରେ ସିରିଜକୁ କ୍ଲିନ ସୁଇପ କରିନେଇଛି। ୨ୟ ପାଳିରେ ଭାରତକୁ ବିଜୟ ପାଇଁ ମାତ୍ର ୧୪୭ ରନ ଆବଶ୍ୟକ ଥିବାବେଳେ ଦଳ ୧୨୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ରୁଷଭ ପନ୍ତ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଲଢ଼ୁଆ ବ୍ୟାଟିଂ କରି ଦଳକୁ ବିଜୟ ନିକଟତର କରାଇଥିଲେ ହେଁ ଅନ୍ୟ କୌଣସି ଖେଳାଳି ଅଧିକ ସମୟ ତିଷ୍ଠି ପାରି ନ ଥିଲା। ଯାହାଫଳରେ ଭାରତୀୟ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ପନ୍ତ ସର୍ବାଧିକ ୬୪ ରନ ସଂଗ୍ରହ କରିଥିଲେ। ତେବେ ନ୍ୟୁଜିଲାଣ୍ଡକୁ ଏହି ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏଜାଜ ପଟେଲ। ସେ ପ୍ରଥମ ପାଳିରେ ୫ ଉଇକେଟ ନେଇ ଭାରତକୁ ଧରାଶାୟୀ କରିଦେଇଥିବାବେଳେ ୨ୟ ପାଳିରେ ୬ ଉଇକେଟ ଅକ୍ତିଆର କରି ଦଳର ବିଜୟକୁ ସହଜ କରିଦେଇଥିଲେ।
    ୩ୟ ମ୍ୟାଚରେ ଏଜାଜ ପଟେଲ ସର୍ବାଧିକ ୧୧ ଉଇକେଟ ନେଇଥିବାବେଳେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଉଭୟ ପାଳିରେ ୫ଟି ଲେଖାଏ ଉଇକେଟ ସହିତ ମୋଟ ୧୦ ଉଇକେଟ ଅକ୍ତିଆର କରିଥିଲେ। ଉଭୟ ଇନିଂସରେ ପନ୍ତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୩ମ୍ୟାଚ ବିଶିଷ୍ଟ ଶୃଙ୍ଖଳର ପ୍ରଥମ ଦୁଇଟି ମ୍ୟାଚକୁ ନ୍ୟୁଜିଲାଣ୍ଡ ସହଜରେ ଜିତି ନେଇଥିଲେ। ଆତ୍ମସମ୍ମାନ ବଞ୍ଚାଇବା ପାଇଁ ଭାରତୀୟ ଦଳକୁ ୩ୟ ମ୍ୟାଚରେ ବିଜୟ ଦରକାର ଥିଲା। ହେଲେ ଦଳ ଅତି ଶୋଚନୀୟ ଭାବେ ପରାଜିତ ହେବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook