ମୁଖ୍ୟ ଖବର
ନୂଆଦି୍ଲ୍ଲୀ:୨୦୨୫ ମହିଳା କ୍ରିକେଟ୍ ବିଶ୍ବକପ୍ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍ କରିଥିଲା । ଏହାକୁ ପିଛା କରି ପାକିସ୍ତାନଦଳ ୪୩ ଓଭର୍ରେ ସମସ୍ତ ଓ୍ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚ ପରେ ଦୁଇ ଦଳର ଖେଳାଳୀ ପରସ୍ପର ସହ ହାତ ମିଲାଇ ନଥିଲେ ।
ଭାରତର କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସ୍ନେହ୍ ରାଣାଙ୍କୁ ୨ଟି ୱିକେଟ୍ ନେଇଥିଲେ । । ପାକିସ୍ତାନର ସିଦ୍ରା ଅମିନ ସର୍ବାଧିକ ୮୧ ରନ୍ କରିଥିଲେ ।
ଭାରତୀୟ ମହିଳା ବ୍ୟାଟର ହର୍ଲିନ ଦେଓଲ ୪୬ ରନ୍ ହରମନପ୍ରୀତ କୌର ୧୯ ରନ୍, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍ ରାଣା ୨୦ ରନ୍ ଓ ରିଚା ଘୋଷ ଅପରାଜିତ ୩୫ ରନ୍ କରିଥିଲେ ।
Comments ସମସ୍ତ ମତାମତ