Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଟି-ଟ୍ୱେଣ୍ଟି: ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇଲା ଭାରତ

    Share on :
    ajab-Image
    Date: Oct 7, 2024    Views: 4908

    ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଭାରତ।ଗ୍ୱାଲିୟରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରିଥିଲା।

    ଅନ୍ୟପକ୍ଷରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରି ନେଇଥିଲା। ଦଳ ମାତ୍ର ୧୧.୫ ଓଭରରେ ୩ଟି ୱିକେଟ୍ ୧୩୨ ରନ୍ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୧୬ଟି ବଲ୍‌ରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୩୯ ରନ୍ କରି ଅପରାଜିତ ରହିଥିଲେ। ଓପନର ସଞ୍ଜୁ ସାମସନ ୧୯ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୭ଟି ବଲ୍‌ରୁ ୧୬ ରନ୍ କରିଥିଲେ। ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ୧୪ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୧୫ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook