Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁଶରାଙ୍କୁ ୭ ବର୍ଷ ଜେଲଦଣ୍ଡ

    Share on :
    ajab-Image
    Date: Jan 17, 2025    Views: 4933

    ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ଏକ ଅଦାଲତ ଏହି ଶୁଣାଣି କରିଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବୀବୀଙ୍କୁ ମଧ୍ୟ ୭ ବର୍ଷର ଜେଲଦଣ୍ଡ ହୋଇଛି । କୋର୍ଟଙ୍କ ଏହି ଶୁଣାଣିରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଲାଗିଛି ଶକ୍ତି ଝଟକା । ଅଲ-କାଦୀର ୟୁନିଭରସିଟି ପ୍ରୋଜେକ୍ଟ ସହ ଜଡ଼ିତ ଭ୍ରଷ୍ଟାଚାର ମାମଲାରେ ଦମ୍ପତ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କ୍ଷମତାର ଦୁରୂପଯୋଗ କରିଥିବା ନେଇ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook